୩ ବର୍ଷରେ ୧୩ ଲକ୍ଷ ମହିଳା ନିଖୋଜ
ଏନ୍ସିଆର୍ବି ୨ଠ୨୧-୨୨ ରିପୋର୍ଟ
ନୂଆଦିଲ୍ଲୀ,୩୦ ।୭: ୨୦୧୯ରୁ ୨୦୨୧ ଏହି ତିନି ବର୍ଷ ଭିତରେ ଦେଶରେ ୧୮ ବର୍ଷରୁ ଅଧିକ ବୟସର ୧୩ ଲକ୍ଷ ୧୩ ହଜାର ଯୁବତୀ ଓ ମହିଳା ନିଖୋଜ ହୋଇଛନ୍ତି । ସବୁଠୁ ଅଧିକ ନିଖୋଜ ମାମଲା ମଧ୍ୟପ୍ରଦେଶରେ । ଏକ୍ଷେତ୍ରରେ ପଶ୍ଚିମବଙ୍ଗ ଦ୍ୱିତୀୟ ସ୍ଥାନରେ ଅଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ଗତ ସପ୍ତାହରେ ଉପସ୍ଥାପନ କରାଯାଇଥିବା ରାଷ୍ଟ୍ରୀୟ ଅପରାଧ ରେକର୍ଡ଼ ବୁ୍ୟରୋ (ଏନ୍ସିଆର୍ବି) ରିପୋର୍ଟରୁ ଏକଥା ଜଣାପଡ଼ିଛି ।
କଠୋର ଆଇନ ସତ୍ତ୍ୱେ ଦେଶରେ ପ୍ରତ୍ୟେକ ଦିନ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହେଉଛନ୍ତି । ପ୍ରତିଦିନ ୮୭ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । ଗତ ୫ ବର୍ଷରେ ୧.୫ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଅର୍ଥôକ ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ । ଏନ୍ସିଆରବିର ୨୦୨୧-୨୨ ରିପୋର୍ଟ ଅନୁଯାୟୀ, ୨୦୨୧ରେ ରାଜସ୍ଥାନରେ ସର୍ବାଧିକ ୬, ୩୩୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ମଧ୍ୟପ୍ରଦେଶରେ ୨୯୪୭, ଉତ୍ତରପ୍ରଦେଶରେ ୨୮୪୫, ମହାରାଷ୍ଟ୍ରରେ ୨୪୯୬ ଏବଂ ଛତିଶଗଡ଼ରେ ୧୦୯୩ ଦୁଷ୍କର୍ମ ମାମଲା ଦାଏର ହୋଇଥିଲା । ମଧ୍ୟପ୍ରଦେଶରେ ବର୍ଷକରେ ୧୩,୦୩୪ ଯୁବତୀ ଏବଂ ୫୫, ୭୦୪ ମହିଳା, ମହାରାଷ୍ଟ୍ରରେ ୩, ୯୩୭ ଯୁବତୀ ଏବଂ ୫୬, ୪୯୮ ମହିଳା ନିଖୋଜ ହୋଇଛନ୍ତି । ସାରା ଦେଶରେ ୨୦୨୧ରେ ୯୦, ୧୧୩ ଯୁବତୀ ଏବଂ ୩, ୭୫, ୦୫୮ ମହିଳା ନିଖୋଜ ହୋଇଥିଲେ । କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ଅପହରଣ ମାମଲା ରେକର୍ଡ଼ କରାଯାଇଛି ।
ଦୁଷ୍କର୍ମ ମାମଲାରେ ରାଜସ୍ଥାନ ୩ ବର୍ଷ ହେଲା ଶୀର୍ଷରେ ରହିଛି । ୨୦୧୮ରେ ମଧ୍ୟପ୍ରଦେଶରୁ ସର୍ବାଧିକ ୫,୪୩୩ ଦୁଷ୍କର୍ମ ମାମଲା ଆସିଥିଲା । ଉତ୍ତର ପ୍ରଦେଶ ୨ୟ ଏବଂ ରାଜସ୍ଥାନ ୩ୟ ସ୍ଥାନରେ ଥିଲା ।
୨୦୨୧ରେ ଦେଶରେ ୩୧, ୬୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହା ଥିଲା ୨୮, ୦୪୬ । ପୀଡ଼ିତାଙ୍କ ସଂଖ୍ୟା ୨୮, ୨୫୩ ଥିଲା । ୨୦୧୯ରେ ୩୨, ୦୩୩ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେତେବେଳେ ପୀଡ଼ିତାଙ୍କ ସଂଖ୍ୟା ୩୨, ୨୬୦ ଥିଲାୟ ୨୦୧୮ରେ ୩୩, ୩୫୬ ମାମଲା ଦାଏର ହୋଇଥିବା ବେଳେ ୩୩, ୯୭୭ ପୀଡ଼ିତା ଥିଲେ । ୨୦୧୭ରେ ୩୨, ୫୫୯ ମାମଲା ରୁଜୁ ହୋଇଥିବାବେଳେ ୩୩, ୬୫୮ ଦୁଷ୍କର୍ମର ଶିକାର ହୋଇଥିଲେ । ୫ ବର୍ଷରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧, ୫୯, ୦୪୮ରୁ ଅଧିକ ଦୁଷ୍କର୍ମ ମାମଲା ଆସିଥିଲା ।
୨୦୨୧ରେ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହୋଇଥିଲେ ।୨୦୧୯ରେ ୮୨୦୮୪ ଯୁବତୀ ଏବଂ ୩୪୨୧୬୮ ମହିଳା ନିଖୋଜ ଥିଲେ । ୨୦୨୦ରେ ଏହି ସଂଖ୍ୟା ଥିଲା ୭୯୨୩୩ ଏବଂ ୩୪୪୪୨, ୨୦୨୧ରେ ଥିଲା ୯୦୧୧୩ ଏବଂ ୩୭୫୦୫୮ ।