୫୫ ପରୀକ୍ଷାର୍ଥୀଙ୍କୁ ସୋ-କଜ୍
ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲା
ଭୁବନେଶ୍ୱର, ୨୯ା୭(ବୁ୍ୟରୋ): କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ଓଏସଏସସି ତରଫରୁ ଏହି ନୋଟିସ୍ ଜାରି କରାଯାଇଛି । କାହିଁକି ସେମାନଙ୍କୁ ଆଜୀବନ ଓଏସ୍ଏସ୍ସି ପରୀକ୍ଷାରୁ ବାସନ୍ଦ କରା ନ ଯିବ, ତାର ଉତ୍ତର ଦେବାକୁ କୁହାଯାଇଛି । ଓଏସ୍ଏସ୍ସି ଅଧ୍ୟକ୍ଷ ଅଭୟ ଟ୍ୱି୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆଉ ୩୭ ପରୀକ୍ଷାର୍ଥୀଙ୍କ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ଅଭୟ କହିଛନ୍ତି । ସେମାନେ ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ, ସେ ସଂପର୍କରେ ବାଲେଶ୍ୱର ପୁଲିସ ଠାରୁ ତଥ୍ୟ ମଗାଯାଇଛି । ରାକେଟ୍ରେ ଗିରଫ ହୋଇଥିବା ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମ·ରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମ·ରୀ ଓ ଦଲାଲ୍ । ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖାଯାଇଛି ।
ସେହିପରି କନ୍ଧମାଳ ଜିଲ୍ଲାରେ ସରକାରୀ ଶିକ୍ଷକ ଥିବା ଗାମ ବେଲଗୁଣ୍ଠା ଥାନା ଅଞ୍ଚଳର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଜିଲ୍ଲାର ଡିଇଓଙ୍କୁ ଚିଠି କରାଯାଇଛି । ରାକେଟ୍ରେ ଗିରଫ ହୋଇଥିବା ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମ·ରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମ·ରୀ ଓ ଦଲାଲ୍ । ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖାଯାଇଛି । ପ୍ରଶ୍ନପତ୍ର ଲିକରେ ସାମିଲ ଥିବା ଶିକ୍ଷକ ଗୋବିନ୍ଦ ତ୍ରିପାଠୀଙ୍କ ଗୁମର ଖୋଲିବାରେ ଲାଗିଛି । କନ୍ଧମାଳ ବାଲିଗୁଡ଼ା ର୍ଶିଷିପାଙ୍ଗା ପ୍ରାଥମିକ ସ୍କୁଲରେ ·କିରି କରୁଥିବା ଗୋବିନ୍ଦଙ୍କ ପାଖରେ ଥିଲା ଥର୍, ଇନୋଭା ଏବଂ ଏକାଧିକ ଫ୍ଲାଟ୍ । ମାତ୍ର ଜଣେ କନିଷ୍ଠ ଶିକ୍ଷକ ହୋଇ ବର୍ଷ କେଇଟାରେ ସେ ଏତେ ସବୁ ସମ୍ପର୍କ କରିଥିଲେ । ଖାଲି ସେତିକି ନୁହେଁ, ନିଜ ଘର ଗାମ ବେଲଗୁଣ୍ଠାରେ ଏକ ଲୁଗା ଦୋକାନ ବି କରି ବ୍ୟବସାୟ କରୁଥିଲେ । ଫ୍ଲାଇଟରେ ବିଭିନ୍ନ ସହରକୁ ବୁଲିବାକୁ ଯାଉଥିଲେ, ତାରକା ହୋଟେଲରେ ଦିନ ଅତିବାହିତ କରୁଥିଲେ । ତେଣୁ ଗାମ ଓ କନ୍ଧମାଳ ଜିଲ୍ଲାର ଅନେକ ପରିକ୍ଷାର୍ଥୀଙ୍କଠୁ ପ୍ରଶ୍ନପତ୍ର ବାବଦକୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ଓ ଏହି ଟଙ୍କାରେ ସେ ·କଚକ୍ୟ ଜୀବନଯାପନ କରୁଥିବା ଅନୁମାନ କରାଯାଉଛି । ଏବେ ଏସବୁ ସମ୍ପର୍ତ୍ତିକୁ ତଦନ୍ତ ପରିସରକୁ ଆଣି ଖୋଳତାଡ଼ କରୁଛି ବାଲେଶ୍ୱର ପୁଲିସ୍ । ସେପଟେ ଓଏସ୍ଏସ୍ସିର ଅଧିକାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏଭଳି ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହ ଖେଳ ହୋଇଥିବାରୁ ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି ହୋଇଛି । ଓଏସ୍ଏସ୍ସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରି·ଳନା କରୁଥିବା ବେଳେ ପ୍ରଶ୍ନପତ୍ର କେମିତି ଦଲାଲ ହାତରେ ଲାଗିଲା, ତାର ଉତ୍ତର ଖୋଜି ପାଉନି ପୋଲିସ୍ ।