୧୧ ଦିନ ପୁଲିସ୍ ରିମାଣ୍ଡରେ ୪ ଅଭିଯୁକ୍ତ

ଇମ୍ଫାଲ,୨୧ା୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ସର୍ବସମ୍ମୁଖରେ ଚଲାଇବା ମାମଲାରେ ଏପର୍ଯ୍ୟନ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା । ୪ ଜଣଙ୍କୁ ୧୧ ଦିନ ପାଇଁ ପୁଲିସ୍ ରିମାଣ୍ଡରେ ପଠାଇଛନ୍ତି ଅଦାଲତ ।
ଉଲ୍ଲେଖଯୋଗ୍ୟ, ମଣିପୁର ବର୍ବରତାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ହେରୋଦାସ ମୈତେଇକୁ ଗିରଫ କରିଥିଲା । ତାପରେ ଆଉ ଜଣଙ୍କୁ ଧରାଗଲା ବୋଲି ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଗୁରୁବାର ସନ୍ଧ୍ୟାରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ମଣିପୁର ପୁଲିସ୍ ଟ୍ୱିଟ୍ କରି ଜଣାଇଥିଲା ଯେ ଏହି ଘଟଣାରେ ସମ୍ପୃକ୍ତ ଆହୁରି ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ମୁଖ୍ୟ ଅଭିଯୁକ୍ତ ହେରୋଦାସର ଘରକୁ ଉତ୍କ୍ଷିପ୍ତ ଜନତା ଶୁକ୍ରବାର ପୋଡିଦେଇଛନ୍ତି । ବହୁ ସଂଖ୍ୟକ ମହିଳା ତା ଘର ଆଗରେ ରୁଣ୍ଡ ହୋଇ ଘରେ ନିଆଁ ଲଗାଇଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି । ହେରୋଦାସକୁ ଥାଉବଲ ଜିଲ୍ଲାରୁ ଗିରଫ କରାଯାଇଥିଲା । ଅନ୍ୟ ୩ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ୍ କିଛି ସୂଚନା ଦେଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *