୨୦ କ୍ୱିଣ୍ଟାଲ ନକଲି ମସଲା ଜବତ

କଟକ, ୨୧ା୭ (ବୁ୍ୟରୋ): କଟକରେ ପୁଣି ନକଲି କାରବାର । ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଲଗଦାମରୁ ନକଲି ମସଲା ଠାବ ହୋଇଛି । ୨୦ କ୍ୱିଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଇତ୍ୟାଦି ଠାବ ହୋଇଛି । ଉଭୟ କମିସନରେଟ ପୁଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ଉରେ ଏଭଳି ନକଲି ସାମଗ୍ରୀ ଠାବ କରାଯାଇଛି ।
ସବୁ ଗୁଣ୍ଡରେ ଚାଉଳ, ରଙ୍ଗ, କେମିକାଲ ମିଶାଉଥିବାର ଅଭିଯୋଗ ହୋଇଥଲା । ଉକ୍ତ ବ୍ୟବସାୟୀ ଜଣକ ଅରୁଣ କୁମାର ଗନ୍ତାୟତ । ଅନେକ ବର୍ଷ ଧରି ମାଲଗୋଦାମରେ ଖୁଲମ ଖୁଲା ସେ ଅପମିଶ୍ରିତ କରୁଥିଲା । ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ବୋଲି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଅନ୍ୟପଟେ ଜବତ ସାମଗ୍ରୀକୁ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିଲା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ।
ଅନ୍ୟପଟେ ବ୍ୟବସାୟୀ ଜଣକ ଅଟକ ରହିଥିବାବେଳେ ଏହି ବ୍ୟବସାୟର ଅନ୍ୟାନ୍ୟ ଦିଗ ଉପରେ ଖୋଳତାଡ଼ ଜାରି ରଖିଛି କମିସନରେଟ ପୁଲିସ । ତେବେ ପୂର୍ବରୁ ଅପମିଶ୍ରଣର ଠିକଣା ପାଲଟି ସାରିଛି ସିଲଭରସିଟି । ପ୍ରଥମେ ସସ୍, ମସଲା, ·’, ଘିଅ, ସୋୟାବିନ, ଗଟୁକା ଆଦି ନକଲି ସମଗ୍ରୀ ଚିହ୍ନଟ ହେଲା ପରେ ଏବେ ପୁଣି ନକଲି ମସଲା । ଆଗମୀ ଦିନରେ ଏହି ଦିଗରେ ଆହୁରି ଚଢ଼ଉ କରାଯିବା ସହ ଏପରି ବ୍ୟବସାୟୀମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବା ଆବଶ୍ୟକ ରହିଛି ବୋଲି ଦାବି ହୋଇଛି ।
ମାଲଗୋଦାମ ବ୍ୟତୀତ କଟକ ସହରର ନିକଟବର୍ତ୍ତୀ ଅଞ୍ଚଳରେ ଏହିଭଳି ନକଲି କାରଖାନା ଠାବ କରାଯାଉଥିଲେ ମଧ୍ୟ ପୁଲିସ୍ର କାର୍ଯ୍ୟାନୁଷ୍ଠାନ କଠୋର ହେଉ ନଥିବା ଅଭିଯୋଗ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *