୩୭ ଦୋସ୍ତ୍ଙ୍କ ସହ ବିଜେପିର ଶକ୍ତି ପ୍ରଦର୍ଶନ

ସ୍ଥିର ସରକାର କାଳଜୟୀ ନିଷ୍ପତ୍ତି ନେଉଛି ଏନ୍ଡିଏର ନୂଆ ବାଖ୍ୟା କଲେ ମୋଦି
ନୂଆଦିଲ୍ଲୀ,୧୮ା୭: ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟର ଦୁଇଦିନିଆ ବୈଠକ ମଙ୍ଗଳବାର ଶେଷ ହେବାର ପ୍ରାୟ ଅଢେଇ ଘଣ୍ଟା ପରେ ଦିଲ୍ଲୀର ଅଶୋକା ହୋଟେଲ୍ରେ ବିଜେପି ତା’ର ‘୩୭ ଦୋସ୍ତ୍’ ଦଳଙ୍କ ସହ ବୈଠକ କରିଛି । ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକକୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ଶକ୍ତି ପ୍ରଦର୍ଶନ କୁହାଯାଉଛି । ତେବେ ଏନ୍ଡିଏକୁ ୨୫ ବର୍ଷ ଓ କେନ୍ଦ୍ର ସରକାରକୁ ୯ ବର୍ଷ ପୂରିବା ଅବସରରେ ଅଂଶୀଦାର ଦଳମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଏନ୍ଡିଏ ମେଗା ମିଟିଂର ମୂଳ ଉଦେ୍ଦଶ୍ୟ ମେଣ୍ଟର ସମ୍ପ୍ରସାରଣ । ତା ସହିତ ବିଜେପି ତା’ର ବର୍ତ୍ତମାନର ସହଯୋଗୀ ଦଳଙ୍କ ସହ ସମ୍ପର୍କକୁ ଆହୁରି ଦୃଢ କରିବାକୁ ଚାହୁଁଛି । ସେହିପରି ପୂର୍ବତନ ସହଯୋଗୀ ଦଳମାନଙ୍କ ସହ ସମ୍ପର୍କ ସୁଧାରିବା ମଧ୍ୟ ମଙ୍ଗଳବାର ବୈଠକର ଅନ୍ୟତମ ଉଦେ୍ଦଶ୍ୟ । ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ବିରୋଧୀଙ୍କ ମହାମେଣ୍ଟକୁ ତାଚ୍ଛଲ୍ୟ କରି କହିଛନ୍ତି, ଏମାନେ ମେଣ୍ଟଭୁକ୍ତ ହେଲେ । କିନ୍ତୁ ଏକାଠି ରହିପାରିବେ ନାହିଁ । କେରଳରେ ବାମ ଦଳ ଓ କଂଗ୍ରେସ ପରସ୍ପରର ରକ୍ତ ଶୋଷିବାକୁ ବ୍ୟଗ୍ର, କିନ୍ତୁ ବେଙ୍ଗାଲୁରୁରେ ହାତଧରି ହସୁଛନ୍ତି । ସେହିପରି ପଶ୍ଚିମବଙ୍ଗରେ ବାମଦଳ ଓ ତୃଣମୂଳ କଂଗ୍ରେସ ପରସ୍ପର ବିରୋଧରେ ଲଢୁଛନ୍ତି । ଅଥଚ ବେଙ୍ଗାଲୁରୁରେ ଏକାଠି ଛିଡା ହେଉଛନ୍ତି । ଦେଶବାସୀ ଜାଣନ୍ତି ଏହା ସେମାନଙ୍କର ମିଶନ ନୁହେଁ, ଅସୁବିଧାରେ ପଡି ମେଣ୍ଟ ଗଢିଛନ୍ତି । ଏହି ଅବସରରେ ମୋଦି ଏନ୍ଡିଏର ନୂଆ ବାଖ୍ୟା କରି କହିଲେ, ଏନ୍’ର ଅର୍ଥ ନୁ୍ୟ ଇଣ୍ଡିଆ, ଡି’ର ଅର୍ଥ ଡେଭଲପ୍ଡ୍ ନେସନ୍ ଅର୍ଥାତ୍ ବିକଶିତ ରାଷ୍ଟ୍ର ଏବଂ ଏ’ର ଅର୍ଥ ଆସ୍ପିରେସନ ବା ଲୋକଙ୍କ ଆକାଂକ୍ଷା । ଆଜିର ଯୁବପିଢି, ମହିଳା, ମଧ୍ୟବିତ୍ତବର୍ଗ, ଦଳିତ ଓ ବଞ୍ଚôତମାନେ ଏନ୍ଡିଏ ଉପରେ ହିଁ ଭରସା ରଖିଛନ୍ତି । ଆମ ସଂକଳ୍ପ ସକାରାତ୍ମକ, ଏଜେଣ୍ଡା ଓ ପନ୍ଥା ବି ସକାରାତ୍ମକ । କ୍ଷମତା ଦଖଲ ଏନ୍ଡିଏର ଲକ୍ଷ୍ୟ ନ ଥିଲା । କାହା ବିରୋଧରେ ଗଢାଯାଇ ନଥିଲା ଏନ୍ଡିଏ । ଦେଶରେ ସ୍ଥିରତା ଆଣିବା ଥିଲା ଏକମାତ୍ର ଲକ୍ଷ୍ୟ । ସ୍ଥିର ସରକାର ଗଢାଗଲେ ଯାଇ ଦେଶ କାଳଜୟୀ ନିଷ୍ପତ୍ତି ନେଇଥାଏ । କଂଗ୍ରେସ ୯୦ ଦଶକରେ ଦେଶରେ ଅସ୍ଥିରତା ଆଣିବାକୁ ମେଣ୍ଟର ଉପଯୋଗ କରିଥିଲା, ସରକାର ଗଢିଲା ଆଉ ଭାଙ୍ଗିଲା । ଏନ୍ଡିଏ ବିରୋଧୀ ଭୂମିକାରେ ଥାଇ ବିଦେଶୀ ସହାୟତା ନେଇ ନ ଥିଲା ।
ଏନ୍ଡିଏ ବୈଠକରେ ବହୁ ସଂଖ୍ୟକ ଛୋଟବଡ ଆଞ୍ଚଳିକ ଦଳ ଯୋଗ ଦେଇଥିଲେ । ମତଭେଦ ଯୋଗୁଁ ମେଣ୍ଟ ଛାଡିଥିବା କିଛି ଦଳ ମଙ୍ଗଳବାର ବୈଠକରେ ସାମିଲ ହୋଇଥିଲେ । ବିହାରର ୪ ନେତା ଚିରାଗ, ପଶୁପତି ପାରସ, ମାଁଝି ଓ ଉପେନ୍ଦ୍ର କୁଶୱାହାଙ୍କୁ ଏନ୍ଡିଏରେ ଯୋଡିଛି ବିଜେପି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *