୧୯ ଯାଏ ପ୍ରବଳ ବର୍ଷା
ମରୁଡ଼ି ଆଶଙ୍କା ଟଳିଲା
ଭୁବନେଶ୍ୱର, ୧୫ା୭ (ବୁ୍ୟରୋ): ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୁକ୍ରବାର ରାତିରୁ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହେବା ସହିତ ଗତ କିଛି ସପ୍ତାହ ଧରି ରାଜ୍ୟରେ ଦେଖାଯାଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ସୁଧୁରିଛି । ଚାଷୀ ମନରେ ଆଶା ସଞ୍ଚାର ହୋଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, ୧୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ବର୍ଷା ହେଉଛି । ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ତାହା କ୍ରମେ ଲଘୁ·ପରେ ପରିଣତ ହେବ । ଏହାର ପ୍ରଭାବରେ କେବଳ ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଭଳ ବର୍ଷା ହେବ । ଲଘୁ·ପ ପ୍ରଭାବରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ସକ୍ରିୟ ରହିବାରୁ କେତେକ ଜିଲ୍ଲାରେ ଝିପିଝିପି ଓ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶନିବାର ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ବାଲେଶ୍ୱରରେ ୨୩.୩ ମିମି., ଚାନ୍ଦବାଲିରେ ୮୦.୬, କଟକରେ ୨୪, ପାରାଦୀପରେ ୧୫.୬, ଭୁବନେଶ୍ୱରରେ ୩୬.୪, ଝାରସୁଗୁଡାରେ ୧୨୧, ତାଳଚେରରେ ୪୫, ଭବାନୀପାଟଣାରେ ୪୪.୪, ଦାରିଙ୍ଗିବାଡିରେ ୨୨, ଭଦ୍ରକରେ ୧୬୫, ଯାଜପୁରରେ ୫୦, ଢେଙ୍କାନାଳରେ ୩୮.୮, ଜଗତସିଂହପୁରରେ ୧୩୨ ଓ କେନ୍ଦ୍ରାପଡାରେ ୨୩ ମଲିମିଟର ବର୍ଷା ରେକର୍ଡ କରାଯାଇଛି ।
ବର୍ଷା ହେବାରୁ ଭୁବନେଶ୍ୱରର ତଳିଆ ଅଞ୍ଚଳ ଓ ବସ୍ତୀ ଅଞ୍ଚଳରେ ପାଣି ଜମି ରହିଛି । ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ରବିବାର ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିବ । ଏଥିପାଇଁ ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଦିଲ୍ଲୀରେ ଜଳ ଆତଙ୍କ ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ହୋଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସତର୍କ ରହିବାକୁ ପରାମର୍ଶ ସହ ସମସ୍ତ କ୍ଷେତ୍ରସ୍ତରୀୟ ଅଫିସର ଓ କର୍ମ·ରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ସଅଷ୍ଟି ହୋଇପାରେ । ଯେକୌଣି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍ଆର୍ସି) ସତ୍ୟବ୍ରତ ସାହୁ ।
ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଶନିବାର ଚିଠି ଲେଖି ଏସ୍ଆର୍ସି ଦର୍ଶାଇଛନ୍ତି, ଆନ୍ଧ୍ରପ୍ରଦେଶର ଉତ୍ତର ପୂର୍ବ ଉପକୂଳ ଓ ଏହାଳ ଆଖପାଖରେ ସମୁଦ୍ର ପତ୍ତନଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଆଉଏକ ଏକ ଘୂର୍ଣ୍ଣିବଳୟ ଜୁଲାଇ ୧୬ ତାରିଖରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୫ରୁ ୧୯ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସେଥିଯୋଗୁ ଅ·ନକ ବନ୍ୟା ଭଳି ପରିସ୍ଥିତି ଓ ତଳଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଏଭଳି ସମସ୍ୟା ହେଲେ ତୁରନ୍ତ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏସ୍ଆରସି ଶ୍ରୀ ସାହୁ କହିଛନ୍ତି ଯେ କ୍ଷେତ୍ର ସ୍ତରର (ଫିଲଡ୍ ଲେଭଲ୍) କର୍ମ·ରୀମାନଙ୍କୁ ବନ୍ୟା ଓ ଜଳବନ୍ଦୀ ଆଶଙ୍କା ଥିବା ଅଂଚଳଗୁଡ଼ିକରେ ମୁତୟନ କରିବା ସହ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ । ସେମାନେ ହେଡକ୍ୱାର୍ଟର ଛାଡ଼ି ଯିବେ ନାହିଁ । ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜି ରାସ୍ତା ଓ ଡ୍ରେନ ଜଳମଗ୍ନ ହୋଇପାରେ । ପ୍ରବଳ ବର୍ଷା ଲାଗିହିଲେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ପୌରସଂସ୍ଥାଗୁଡ଼ିକ ଡ୍ରେନରେ ଜଳନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ଆବଶ୍ୟକ ହେଲେ ପର୍ଯ୍ୟାପ୍ତ ପରିମାଣର ପମ୍ପ ରଖି ଜଳ ନିଷ୍କାସନ କରାଇବେ । ଜଳମଗ୍ନ ରାସ୍ତାରେ ଗାଡ଼ି ଚଳାଚଳ ନିୟନ୍ତ୍ରିତ କରିବା ଏବଂ ଯେଉଁଠି ଜଳମଗ୍ନ ରହିବ ସେଠାରେ ପମ୍ପ ଯୋଗେ ଜଳ ନିଷ୍କାସନ କରାଇବେ । ନଦୀ ଓ କେନାଲର ଦୁର୍ବଳ ବନ୍ଧ ଉପରେ ନଜର ରଖିବା ସହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଶ୍ରୀ ସାହୁ ନିଦେ୍ର୍ଦଶ ଦେଇଛନ୍ତି ।