ପୁଣି ରିମାଣ୍ଡରେ ବାହାନଗା ଟ୍ରେନ୍ ଦୁର୍ଘଟଣା ଅଭିଯୁକ୍ତ
ଭୁବନେଶ୍ୱର, ୧୧ା୭(ବୁ୍ୟରୋ): ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ପୁଣି ୪ ଦିନ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ସିବିଆଇ । ମଙ୍ଗଳବାର ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ମଙ୍ଗଳବାର ଅଭିଯୁକ୍ତମାନଙ୍କ ୫ ଦିନିଆ ରିମାଣ୍ଡ ସରିଥିଲା । ପରେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ ଚନ୍ଦକା ଥାନାକୁ ଅଣାଯାଇଥିଲା । ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ । ଏହି ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜାମିନ ଆବେଦନ କରିଛନ୍ତି । ସିନିୟର୍ ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ ଓ ସେକ୍ସନ ଇଂଜିନିୟର ଅମୀର ଖାନ୍ଙ୍କ ପାଇଁ ତାଙ୍କ ଓକିଲ ଏହି ଜାମିନ ଆବେଦନ କରିଛନ୍ତି ।