ଲାଲୁ ପରିବାର ନାମରେ ଚାର୍ଜସିଟ୍

ଜମି ବିନିମୟରେ ଚାକିରି କେଳେଙ୍କାରୀ
ପାଟନା,୩ା୭: ଚାକିରି ପାଇଁ ଜମି ଘୋଟାଲାରେ ସିବିଆଇ ଦିଲ୍ଲୀର ରାଉଜ୍ ଆଭେନୁ୍ୟ କୋର୍ଟରେ ସୋମବାର ଲାଲୁ ପରିବାର ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଫଳରେ ଲାଲୁ ପରିବାର ଉପରେ ଲଟିକିଛି ଗିରଫଦାରୀ ତଲୱାର । ଚାର୍ଜସିଟ୍ରେ ଲାଲୁଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଅନ୍ୟତମ ଅଭିଯୁକ୍ତଭାବେ ଦର୍ଶାଯାଇଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ଲାଲୁ ଯାଦବ, ତାଙ୍କ ପନôୀ ରାବଡୀ ଦେବୀ ପ୍ରମୁଖ । ଆସନ୍ତା ୧୨ ତାରିଖ ଦିନ ଶୁଣାଣି ଆରମ୍ଭ ହେବ । ସିବିଆଇର ବିଶେଷ ପ୍ରସିକୁ୍ୟଟର ଡିପି ସିଂହ କୋର୍ଟରେ କହିଥିଲେ ଯେ ପୂର୍ବରୁ ଚାର୍ଜସିଟ୍ ଦାଖଲ ହୋଇଥିବା ସତ୍ତ୍ୱେ ଏହି ମାମଲାରେ ଆଉ ଏକ ନୂଆ ଅଭିଯୋଗପତ୍ର ଯୋଡା ଯାଇଛି । ଲାଲୁ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ତତ୍ସମ୍ପର୍କିତ ଧାରା ଲାଗୁ ପାଇଁ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ।
୨୦୦୪ରୁ ୨୦୦୯ ଭିତରେ ଏହି ଘୋଟାଲା ହୋଇଥିଲା । ତତ୍କାଳୀନ ୟୁପିଏ-୧ ସରକାରରେ ଲାଲୁ ଥିଲେ ରେଳମନ୍ତ୍ରୀ । ରେଳବାଇର ବିଭିନ୍ନ ଜୋନ୍ରେ ଗ୍ରୁପ୍-ଡି ପଦରେ ନିଯୁକ୍ତି ପାଇଁ ସେ ବେଆଇନଭାବେ ନିଯୁକ୍ତିପତ୍ର ଦେଇ ତା ବଦଳରେ ଜମି ହାସଲ କରିଥିଲେ । ଏକେ ଇନ୍ଫୋସିଷ୍ଟମ୍ ପ୍ରା. ଲିଃ. କମ୍ପାନୀ ମାଧ୍ୟମରେ ଲାଲୁଙ୍କ ପରିବାର ଜମି ହାସଲ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *