ପଞ୍ଚମ ଶ୍ରେଣୀ ଛାତ୍ରକୁ ଟାଣିନେଲା କୁମ୍ଭୀର
ବ୍ରହ୍ମପୁର, ୨୬ା୬(ବୁ୍ୟରୋ): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଘୋଡ଼ାହଡ଼ ନଦୀରେ ଗାଧୋଉଥିବା ବେଳେ ୫ମ ଶ୍ରେଣୀ ଛାତ୍ରକୁ ଏକ କୁମ୍ଭୀର ଟାଣି ନେଇଥିବା ବେଳେ ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ର ଜଣକ ହେଲେ ଖମ୍ବାରୀ ଗାଁ ପଞ୍ଚାୟତ ସେବକ ଟିକରପଡ଼ା ଗ୍ରାମର ଶୁଭ୍ରାଂଶୁ କୁମାର ଗୌଡ଼(୧୧) ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନା ପ୍ରକାରେ ଶୁଭ୍ରାଂଶୁ ସୋମବାର ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟରୁ ଆସି ଗ୍ରାମ ନିକଟରେ ବହି ଯାଇଥିବା ଘୋଡ଼ାହଡ଼ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଏକ କୁମ୍ଭୀର ଛାତ୍ରକୁ ପାଣି ଭିତରକୁ ଟାଣି ନେଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଭ୍ରାଂଶୁ ନ ଫେରିବା ଦେଖି ପରିବାର ଲୋକେ ନଦୀକୁ ଯାଇଥିଲେ । ସେଠାରେ ତାଙ୍କ ଡ଼୍ରେସ ଓ ଚପଲ ରହିଥିବା ବେଳେ ଶୁଭ୍ରାଂଶୁ ନଥିଲେ । ଏହି ଖବର ପ୍ରଚାରିତ ପରେ ନଦୀତୁଠ ଠାରୁ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର କେଉଟ ଲୋକମାନେ ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡ଼ିଥିଲେ । ଯାହା ଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡ଼ି ପଳାଇଥିଲା । ଏପଟେ ଶୁଭ୍ରାଂଶୁଙକ୍ୁ ଗ୍ରାମବାସୀ ଉଦ୍ଧାର କରି ଡ଼ଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ କରି ଆସୁଛନ୍ତି । ଅପରପକ୍ଷରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚôବା ବେଳକୁ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପକ୍ଷରେ କେ.ନୂଆଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।