ପୁରୀ-କୋଣାର୍କ ବେଳାମାର୍ଗ ବିଚ୍ଛିନ୍ନ ହେବା ଆଶଙ୍କା

କୋଣାର୍କ (ଆପ୍ର): ବିପଦରେ ଏବେ ପୁରୀ କୋଣାର୍କ ବେଳାମାର୍ଗ ରାସ୍ତା । ରାମଚଣ୍ଡୀ ସାହୁଖଣତାରୁ ଚନ୍ଦ୍ରଭଗା ବେଳାମାର୍ଗ ମୁଖ୍ୟରାସ୍ତାରେ ଏବେ ସମୁଦ୍ରର ଅଶାନ୍ତ ଜୁଆର ମାଡ ହୋଇ ଅତଡା ଖାଉଥିବା ଦେଖିବାକୁ ମିଳିଛି । ଫଳରେ ପୁରୀ କୋଣାର୍କ ବେଳାମାର୍ଗ ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି । ଯାହା ଆଗାମୀ ଦିନରେ ଏହି ପୁରୀ କୋଣାର୍କ ବେଳାମାର୍ଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ଆଶଙ୍କା ଦେଖାଦେଇଛି ।
ଚନ୍ଦ୍ରଭଗା ବେଳମାର୍ଗ ମୁଖ୍ୟରାସ୍ତା ଇକୋ ରିଟ୍ରିଟ ନିକଟରେ ସୁଉଚ୍ଚ ଜୁଆର ମାଡି ଆସି ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଛି । ଗତ କୋଣାର୍କ ଇକୋ ରିଟ୍ରିଟ ସମୟରେ ରାସ୍ତା, ପାନୀୟ ଜଳ, ବିଦୁ୍ୟତ ସଂଯୋଗ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ଏବେ ପାଣିରେ ଭାସିଯିବାକୁ ଲାଗିଲାଣି । ଗତ ୨୦୨୧-୨୨ରେ ଏପରି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜଳସମ୍ପଦ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚô ବୈଜ୍ଞାନିକ ଟିମ ସ୍ଥିତି ଅନୁଧ୍ୟାନ କରିବା ସହ ଡ୍ରୋନ ମାଧ୍ୟମରେ ଫଟୋ ଉତ୍ତୋଳନ କରି ଏହାର ସବିଶେଷ ରିପୋର୍ଟ ସଂଗ୍ରହ କରାଯିବା ପରେ ଦୀର୍ଘ ଦିନ ବିତିଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ଏପର୍ଯ୍ୟନ୍ତ କରାଯାଇନାହିଁ ।
ବିଶେଷ ଭାବେ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ଗତବର୍ଷ ଏହି ସ୍ଥାନକୁ ଆସି ବେଳାମାର୍ଗ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଖୁବ ଶୀଘ୍ର ଏହାର ସୁରକ୍ଷା ପାଇଁ ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ ଆରମ୍ଭ କରାଯାଇ ଏହି ରାସ୍ତାକୁ ସୁରକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ମୌସୁମୀ ବର୍ଷା ସାଙ୍ଗକୁ ଲଘୁଚାପ ଘନୀଭୂତ ହେବାକୁ ନେଇ ସମୁଦ୍ର ଏବେ ଅଧିକ ଉଗ୍ର ହୋଇ ସୁଉଚ୍ଚ ଜୁଆର ଆସି ପ୍ରତେକ ଦିନ ଏହି ରାସ୍ତାରେ ପିଟି ହେଉଛି । ଫଳରେ ବଡ ବଡ ଅତଡା ମାନ ଖସି ଏହି ରାସ୍ତା ଏବେ ସମ୍ପୂର୍ଣ୍ଣ ଧୋଇଯିବା ଆଶଙ୍କା ଦେଖାଦେଇଛି । ରାସ୍ତାର ଖୁବ ନିକଟରେ ଏହି ସମୁଦ୍ର ଜୁଆରର ଅଶାନ୍ତ ରୂପ ଦେଖି ପର୍ଯ୍ୟଟକ ଭୟଭୀତ ହୋଇଛନ୍ତି । ଏହି ରାସ୍ତାକୁ ସମୁଦ୍ର ଜୁଆରରୁ ବଞ୍ଚାଇବାକୁ ହେଲେ ଚନ୍ଦ୍ରଭାଗାରୁ ସାହୁ ଖଣତା ଲୋଟସ ରିସର୍ଟ ପଛ ପାଶ୍ୱର୍ ପର୍ଯ୍ୟନ୍ତ ଜିଓ ସିନ୍ଥେଟିକ ୱାଲ ତଥା ସୁରକ୍ଷା ପାଚେରୀର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ଏଥିପ୍ରତି ଦୃଷ୍ଟି ଦେଇ ବେଳାମାର୍ଗ ମୁଖ୍ୟ ରାସ୍ତାର ସୁରକ୍ଷାକୁ ନଜରରେ ରଖି ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବି ଓ ପରିବେଶବିତ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *