ପୁଣି ଦୁଇ ଟ୍ରେନ୍ ଧକ୍କା
ବାଙ୍କୁଡ଼ା,୨୫ା୬: ଦକ୍ଷିଣ-ପୂର୍ବ ରେଳପଥର ଆଦ୍ରା ଡିଭିଜନ୍ ଅନ୍ତର୍ଗତ ଓଣ୍ଡା ଗ୍ରାମ ଷ୍ଟେସନରେ ରବିବାର ଭୋର୍ ୪ଟା ବେଳେ ୨ ମାଲଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ରେଲୱେ ମେଣ୍ଟିନାନ୍ସ ଟ୍ରେନ୍ର ଶଣ୍ଟିଂ ଚାଲିଥିବାବେଳେ ଆଉ ଏକ ମାଲ୍ଗାଡ଼ି ଲାଲ୍ ସିଗ୍ନାଲ୍ ଅତିକ୍ରମ କରି ନ ଅଟକିବାରୁ ଦୁର୍ଘଟଣା ଘଟିଛି । ଫଳରେ ସେହି ମାଲଗାଡ଼ିର ୮ ବଗି ଲାଇନଚୁ୍ୟତ ହୋଇଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । କେବଳ ଗୋଟିଏ ମାଲ୍ଗାଡ଼ିର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।
ଦୁର୍ଘଟଣା ଯୋଗୁ ଖଡ଼ଗପୁର-ବାଙ୍କୁଡ଼ା-ଆଦ୍ରା ରୁଟ୍ରେ ଟ୍ରାଫିକ୍ ବାଧାପ୍ରାପ୍ତ ହୋଇଛି । ୧୪ ଟ୍ରେନ୍ର ଚଳାଚଳ ବାତିଲ କରାଯାଇଥିବାସ୍ଥଳେ ୩ଟି ଟ୍ରେନ୍କୁ ଅନ୍ୟ ରୁଟ୍ରେ ପଠାଯାଇଛି । ଦୁଇଟି ଟ୍ରେନ୍କୁ ସର୍ଟ ଟର୍ମିନେଟ୍ କରାଯାଇଛି । ଆଦ୍ରା ଡିଭିଜନ୍ ଅନ୍ତର୍ଗତ ପଶ୍ଚିମବଙ୍ଗର ୪ଟି ଜିଲ୍ଲା ଯଥା ପଶ୍ଚିମ ମେଦିନାପୁର, ବାଙ୍କୁଡ଼ା, ପୁରୁଲିଆ, ବର୍ଦୱାନ ଓ ଝାଡ଼ଖଣ୍ଡର ୩ ଜିଲ୍ଲା ଯଥା ଧନବାଦ, ବୋକାରୋ ଓ ସିଂହଭୂମରେ ଟ୍ରେନ୍ ଟ୍ରାଫିକ୍ ବ୍ୟାହତ ହୋଇଛି ।