ନେତୃତ୍ୱ ପ୍ରସଙ୍ଗ ଏଡ଼ାଇବା ଉଦ୍ୟମ

ଆଜି ମିଳିତ ବିରୋଧୀ ମଞ୍ଚର ବୈଠକ
ପାଟନା, ୨୨ା୬: ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ତଥା ଏନ୍ଡିଏକୁ କେନ୍ଦ୍ରରୁ କ୍ଷମତାଚୁ୍ୟତ କରାଇବା ଉଦେ୍ଦଶ୍ୟରେ ଦେଶର ପ୍ରମୁଖ ବିରୋଧୀ ଦଳର ତୁଙ୍ଗ ନେତାମାନେ ଶୁକ୍ରବାର ପାଟନାରେ ମହାବୈଠକରେ ଯୋଗଦେବେ । ଏହି ବୈଠକରେ ଏକ ଶକ୍ତିଶାଳୀ ବିରୋଧୀ ମଞ୍ଚ ଗଠନ ପାଇଁ ରଣନୀତି ଉପରେ ଆଲୋଚନା ହେବ । ସୂତ୍ର ଅନୁଯାୟୀ ଆଲୋଚନାରେ ନେତୃତ୍ୱ ପ୍ରସଙ୍ଗକୁ ବାଦ୍ ଦିଆଯିବ ପାଟନା ବୈଠକ ଡାକିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଆସନ ବୁଝାମଣା ଓ ନେତୃତ୍ୱ ସମ୍ବନ୍ଧୀୟ ସମସ୍ୟାକୁ ଗୁରୁତ୍ୱ ନ ଦେଇ ଅନ୍ୟାନ୍ୟ ପ୍ରସଙ୍ଗ ଯଥା ମଣିପୁର ହିଂସା ଓ ତାହାକୁ ଦମନ କରିବାରେ କେନ୍ଦ୍ର ସରକାରଙ୍କ ଅକ୍ଷମତା ଉପରେ ଏହି ବୈଠକରେ ଆଲୋଚନା ହେବ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲ ଏକ ସର୍ତ୍ତ ରଖି ଆଲୋଚନାରେ ଭାଗ ନେବେ ବୋଲି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶ ଉପରେ ପ୍ରଥମେ ଆଲୋଚନା ହେଉ ବୋଲି ଦଳ ପକ୍ଷରୁ କୁହାଯାଇଛି । କିନ୍ତୁ ଏନେଇ କଂଗ୍ରେସ ଏପର୍ଯ୍ୟନ୍ତ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ଶେଷ ମୁହୂର୍ତ୍ତରେ ରାଷ୍ଟ୍ରୀୟ ଲୋକଦଳର ମୁଖ୍ୟ ଜୟନ୍ତ ଚୌଧୁରୀ ଏହି ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ପତ୍ର ମାଧ୍ୟମରେ ନୀତୀଶ କୁମାରଙ୍କୁ ଜଣାଇଦେଇଛନ୍ତି । ସେହିପରି ମାୟାବତୀ ମଧ୍ୟ ବୈଠକରେ ସାମିଲ ହେବେ ନାହିଁ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପି ଓ ବିରୋଧୀ ଦଳମାନଙ୍କଠାରୁ ସମଦୂରତା ରକ୍ଷା ନୀତିରେ ପାଟନା ବୈଠକକୁ ଆସିବେ ନାହିଁ ପୂର୍ବରୁ ସ୍ପଷ୍ଟ ହୋଇଛି ।
ବୈଠକରେ ଯୋଗଦେବା ପାଇଁ ଗୁରୁବାରଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଟନାରେ ପହଞ୍ଚô ଲାଲୁ ପ୍ରସାଦ ଯାଦବ ଓ ନୀତୀଶ କୁମାରଙ୍କୁ ସାକ୍ଷାତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *