ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି

ଯୋଗ ଦିବସରେ ଅଧ୍ୟକ୍ଷତା କରିବେ, ମସ୍କଙ୍କୁ ଭେଟିବେ
ୱାଶିଂଟନ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଠାରୁ ୫ ଦିନିଆ ସରକାରୀ ଗସ୍ତରେ ଆମେରିକା ଯାଇ ବିଳମ୍ବିତ ରାତିରେ ନୁ୍ୟୟର୍କରେ ପହଞ୍ଚôଛନ୍ତି । ଗସ୍ତ ଅବସରରେ ତାଙ୍କୁ ପ୍ରଥମଥର ହ୍ୱାଇଟ୍ହାଉସ୍ରେ ଆତିଥ୍ୟ ପ୍ରଦାନ କରାଯିବ । ଗସ୍ତ ପୂର୍ବରୁ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲକୁ କହିଛନ୍ତି, ଉଭୟ ଦେଶର ସମ୍ପର୍କ ଅତ୍ୟନ୍ତ ଗଭୀର ଓ ଶକ୍ତିଶାଳୀ । ବିଶ୍ୱରେ ଭାରତର ଭୂମିକା ଅଧିକ ଉଚ୍ଚ, ଗଭୀର ବୋଲି ମୋଦି କହିଛନ୍ତି ।
ସେ କହିଛନ୍ତି, ଆମେ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାରେ ବିଶ୍ୱାସ କରିଆସିଛୁ । ପ୍ରଚଳିତ ନିୟମକୁ ଅନୁକରଣ କରି ·ଲିଛୁ ଓ ବିଭିନ୍ନ ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଚେଷ୍ଟା କରିଛୁ ।
ରାଷ୍ଟ୍ରପତି ଜୋ ବାଇଡନ ଓ ପ୍ରଥମ ମହିଳା ଜିଲଙ୍କ ନିମୟନ୍ତ୍ରଣ କ୍ରମେ ଆମେରିକା ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ବୁଧବାର ନୁ୍ୟୟର୍କ ସ୍ଥିତ ମିଳିତ ଜାତିସଂଘ ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଯୋଗ ଦିବସରେ ଅଧ୍ୟକ୍ଷତା ଏଡାସହିତ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ । ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି । ଟେସଲା ଏବେ ଭାରତରେ ଫ୍ୟାକ୍ଟ୍ରି ଖୋଲିବାକୁ ଯୋଜନା କରୁଛି । ଏସବୁ ଭିତରେ ମସ୍କ ଓ ମୋଦିଙ୍କ ଭେଟଘାଟ ହେବାକୁ ଯାଉଛି । ମସ୍କଙ୍କ ବ୍ୟତୀତ ଲେଖକ ତଥା ଆଷ୍ଟ୍ରୋଫିଜିକ୍ଷ୍ଟ ନେଲ-ଡେ ଗ୍ରାସେ ଟାୟସନ, ଅର୍ଥନୀତିଜ୍ଞ ପଲ ରୋମର, ଷ୍ଟାଟିସିଆନ୍ ନିକୋଲାସ ନସିମ ତାଲ୍ବ, ନିବେଶକାରୀ ରୟ ଡାଲିଓ ପ୍ରମୁଖଙ୍କୁ ଭେଟିବେ । ଏହାସହିତ ଭାରତୀୟ ବଂଶୋଦ୍ଭଙ୍କ ସମ୍ମିଳନିରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଫେରିବା ପୂର୍ବରୁ ସେ ଇଜିପ୍ଟ ଗସ୍ତ କରିବେ ।
ଫାର୍ଷ୍ଟପୋଷ୍ଟ୍ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନ୍ ଡିସିର ପ୍ରସିଦ୍ଧ ହୋଟେଲ ୱିଲାର୍ଡ ଇଣ୍ଟର କଣ୍ଟିନେଣ୍ଟାଲ ହୋଟେଲରେ ଅବସ୍ଥାନ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *