ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଦ୍ଭ ଭୋର ସାଢ଼େ ୪ରୁ ପହଣ୍ଡି ଦ୍ଭ ୬ରୁ ସାଢ଼େ ୯ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ
ପୁରୀ(ବୁ୍ୟରୋ): ଆସନ୍ତା ରବିବାର ଶ୍ରୀଜୀଉଙ୍କ ଆରମ୍ଭ ହେବ ଶ୍ରୀଗୁଣ୍ଡିଚା ଯାତ୍ରାର ପରମ୍ପରା । ସେଥିପାଇଁ ଚଳଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ବଡ଼ଭାଇ ଓ ସାନ ଭଉଣୀକୁ ଧରି ବିଜେ କରିବେ ସ୍ନାନମଣ୍ଡପରେ । ସେଠାରେ ୧୦୮ ଗରା ଜଳରେ ସ୍ନାନ କରି ଫେରିବେ ଅଣସର ଘରକୁ । ପରେ ଶ୍ରୀଜୀଉଙ୍କ ଆରମ୍ଭ ହେବ ଗୁପ୍ତନୀତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ।
ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ ସେବାୟତମାନେ ସଜାଗ ରହିଛନ୍ତି । ଯେପରି ଭାବରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଅତ୍ୟନ୍ତ ସରସ ଓ ସୁନ୍ଦର ଭାବରେ ସମାପନ ହେବ ତାହାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେବସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ଭାବରେ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଭୋର ସାଢ଼େ ୪ଟାରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ କରାଯାଇ ସାଢ଼େ ୬ଟାରେ ଶେଷ ହେବ । ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା ଓ ଅବକାଶ ନୀତି ସମେତ ସମସ୍ତ ନୀତି ସମ୍ପନ୍ନ କରାଯିବ । ସକାଳ୯ଟାରୁ ୧୧ଟା ପର୍ଯ୍ୟନ୍ତ ଜଳ ବିଜେ କରାଯାଇ ୧୦୮ ଗଡୁ ଜଳରେ ଶ୍ରୀଜୀଉଙ୍କ ସ୍ନାନନୀତି କରାଯିବ ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ପ୍ରଥମେ ପୂଜାପଣ୍ଡା ସେବାୟତ ଜଳଲାଗି କରିବେ । ପରେ ଶ୍ରୀଜୀଉଙ୍କ ମଇଲମ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇ ବେଶ କରାଯିବ । ୧୨ଟା୧୫ମିନିଟ୍ରେ ଗଜପତି ମହାରାଜା ସ୍ନାନମଣ୍ଡପରେ ପହଞ୍ଚି ଛେରାପହଁରା ନୀତି ସମାପନ କରିବେ । ପରେ ଶ୍ରୀଜୀଉଙ୍କୁ ହାତୀବେଶରେ ସଜାଇ ଦିଆଯିବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ।
ବିଶୃଙ୍ଖଳାକାରୀକୁ ଚିହ୍ନଟ କରିବା ପାଇଁ ସେଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଥିବା ଜଣାପଡ଼ିଛି । ବିଶେଷ ଭାବରେ ଶ୍ରୀଜୀଉଙ୍କ ଅଙ୍ଗସୁରକ୍ଷା ଦାୟିତ୍ୱରେ ଦଇତାପତି ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହି ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରଦ୍ଧାଳୁମାନେ ବ୍ୟାରିକେଡ଼ରେ ଶ୍ରୀମନ୍ଦିରକୁ ଯାଇ ଆନନ୍ଦବଜାର ଭିତରେ ପ୍ରବେଶ କରି ଶ୍ରୀଜୀଉଙ୍କୁ ହାତୀ ବେଶରେ ଦର୍ଶନ କରିପାରିବେ । ଅନ୍ୟପକ୍ଷରେ ଶ୍ରଦ୍ଧାଳଙ୍କୁ ପାଇଁ ସନ୍ଧ୍ୟା ସାଢ଼େ ୬ରୁ ସାଢ଼େ ୯ଟା ମଧ୍ୟରେ ସାହାଣମେଲା ଦର୍ଶନ କରିବାର ସୁଯୋଗ ପାଇପାରିବେ । ବିଳମ୍ବିତ ରାତିରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରାଯାଇ ଅଣସର ଘରକୁ ବିଜେ କରାଯିବ ।
ଶନିବାର ଅପରାହ୍ନ ୨ଟା
ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ରବିବାର ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ସ୍ନାନଯାତ୍ରା । ସେଥିଲାଗି ଶନିବାର ସକାଳୁ ସକାଳୁ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ଚାରମାଳ ବନ୍ଧାନୀତି । ଶୁକ୍ରବାର ରାତ୍ର ୧୦ଟାରୁ ଶନିବାର ଅପରାହ୍ନ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ବାରଣ କରାଯାଇଛି । ନୀତି ସରିବା ପରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ସେନାପଟା ଲାଗି ନୀତି ନିର୍ଘଣ୍ଟ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେନାପଟା ଲାଗି ଦିନର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । କୋଠସୁଆଁସିଆଁମାନେ ଚାରବାଡ଼ ବାନ୍ଧି ବାହାରିବା ପରେ ଭୋରରେ ଦଇତାପତି ସେନାପଟା ଲାଗିକୁ ପ୍ରବେଶ କରିବେ । ସେନାପଟା ଲାଗି ଶେଷ ହେବା ପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ଠାକୁରଙ୍କ ପହଣ୍ଡି ନୀତି ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *