ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ

କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସଫଳତା
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ବାବଦରେ ସମୀକ୍ଷା କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ଆମ ରାଜ୍ୟ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ କେବଳ ସ୍ୱାବଲମ୍ବୀ ନୁହେଁ ବରଂ ଏକ ବଳକା ରାଜ୍ୟରେ ପରିଣତ ହୋଇପାରିଛି । ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଦେଶର ଚତୁର୍ଥ ବୃହତ ରାଜ୍ୟ ରୂପେ ଉଭା ହୋଇପାରିଛି । ରାଜ୍ୟରେ ୨୦୦୦-୦୧ ବର୍ଷରେ ୫୫.୩୫ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ବିଗତ ୨୩ ବର୍ଷ ମଧ୍ୟରେ ଏହା ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ୨୦୨୨-୨୩ ବର୍ଷରେ ସର୍ବାଧିକ ୧୩୬.୦୭ ଲକ୍ଷ ଟନରେ ପହଞ୍ଚିଛି । ପନିପରିବା ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଅନୁରୂପ ଅଗ୍ରଗତି କରିଛି । ୨୦୦୦-୦୧ ମସିହାରେ ୩୩.୩୭ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ ହୋଇଥିବା ସ୍ଥଳେ ୨୦୨୨-୨୩ ମସିହାରେ ଏହା ପ୍ରାୟ ୩ ଗୁଣ ବୃଦ୍ଧିପାଇ ୯୮.୫୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିପାରିଛି । ରାଜ୍ୟ ସରକାର ଓଡ଼ିଶା ମିଲେଟ ମିଶନ୍ କାର୍ଯ୍ୟକ୍ରମ ୨୦୧୭-୧୮ ମସିହାରୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟର କ୍ଷୁଦ୍ର, ନାମମାତ୍ର କୃଷକଙ୍କୁ ·ଷ ଏବଂ ଭୂମିହୀନ କୃଷି ପରିବାର ମାନଙ୍କର ଜୀବିକାନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ୨୦୧୮ ମସିହାରୁ କାଳିଆ ଯୋଜନା କାର୍ଯ୍ୟକାରୀ ହୋଇଆସୁଅଛି । ସମଗ୍ର ଦେଶରେ ଏହା ପ୍ରଥମ ସାର୍ବଜନୀନ ମୌଳିକ ଆୟ ବୃଦ୍ଧିକାରୀ ଯୋଜନା । ଏପର୍ଯ୍ୟନ୍ତ “କାଳିଆ’ ଯୋଜନାରେ ୪୩.୦୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ·ଷୀ, ୧୮.୭୨ ଲକ୍ଷ ଭୂମିହୀନ କୃଷି ପରିବାରକୁ ସହାୟତା ପ୍ରଦାନ ସହିତ ୧୬୨୪ ଜଣ ଛାତ୍ରଙ୍କୁ କାଳିଆ ଛାତ୍ରବୃତ୍ତିି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ରାଜ୍ୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ନିମନ୍ତେ ସମ୍ମିଳିତ ଉଦ୍ୟମ କରାଯାଉଛି । “କୃଷକ ଓଡ଼ିଶା’ ହେଉଛି ରାଜ୍ୟର ସମସ୍ତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର କୃଷକ, କୃଷି ପରିବାର ଓ କୃଷି ଶ୍ରମିକମାନଙ୍କର ଏକ ବୃହତ୍ ଡାଟାବେସ୍ ଯାହା ରାଜ୍ୟର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ·ଷୀଙ୍କ ପାଖରେ ପହଞ୍ଚିବା ଉଦେ୍ଦଶ୍ୟରେ ପ୍ରସ୍ତୁତ କରାଯାଇଛି । ସମସ୍ତ କୃଷି ସାମଗ୍ରୀ ପ୍ରଦାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଦାରଖ ପ୍ରକ୍ରିୟାକୁ ଅନଲାଇନ୍ କରାଯାଇଛି ଓ ବିଭିନ୍ନ ପ୍ରୋତ୍ସାହନ ରାଶି ଡିବିଟି ମାଧ୍ୟମରେ ·ଷୀମାନଙ୍କୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା “କୃଷକ ଓଡ଼ିଶା’ ଡାଟାବେସ୍ ରେ ୭୬ ଲକ୍ଷ ୩୦ ହଜାର ·ଷୀଙ୍କ ସମ୍ପର୍କରେ ୯୦ କିସମର ବିଭିନ୍ନ ସୂଚନା ଉପଲବ୍ଧ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *