୩୦ରେ ନୂଆ ସଂସଦ ଗୃହ ଉଦ୍ଘାଟନ!
ନୂଆଦିଲ୍ଲୀ, ୧୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରମ୍ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ଅନ୍ତର୍ଗତ ନୂଆ ପାର୍ଲିଆମେଣ୍ଟ ବିଲ୍ଡିଂ (ସଂସଦ ଭବନ)ର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଗଲାଣି । ଏହାର ସିଭିଲ୍ ଷ୍ଟକ୍ଚରର ସଫେଇ ଆରମ୍ଭ ହୋଇଛି । ଚଳିତ ମାସରେ ହିଁ ସବୁ କାମ ସରିଯିବ । ଏହାର ଉଦ୍ଘାଟନ ତାରିଖ ଯଦିଓ ନିର୍ଦ୍ଧାରିତ ହୋଇନାହିଁ, ଯେତେଦୂର ସମ୍ଭବ ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ । ୩୦ରେ ନୂଆ ସଂସଦ… ମୋଦି ସରକାରକୁ ସେଦିନ ୯ ବର୍ଷ ପୂରିବାକୁ ଥିବାରୁ ଏପରି ଆକଳନ କରାଯାଉଛି ।
୬୪, ୫୦୦ ବର୍ଗ ମିଟରରେ ନିର୍ମିତ ନୂଆ ସଂସଦ ଭବନ ୪ ମହଲା ବିଶିଷ୍ଟ । ଏଥିରେ ତିନୋଟି ପ୍ରବେଶ ପଥ, ଯଥା – ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ରହିଛି । ସାଂସଦ ଓ ଭିଆଇପି ମାନଙ୍କ ପାଇଁ ଅଲଗା ପ୍ରବେଶ ବ୍ୟବସ୍ଥା ରହିଛି । ନୂଆ ଭବନ ପୁରୁଣା ଭବନ ଠାରୁ ୧୭ ହଜାର ବର୍ଗ ମିଟର ବଡ଼ । ଭୂମିକମ୍ପ ହେଲେ ନୂଆ ଭବନ କ୍ଷତିଗ୍ରସ୍ତ ହେବ ନାହିଁ । ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ପ୍ଲାନିଂ ଆଣ୍ଡ୍ ମ୍ୟାନେଜ୍ମେଣ୍ଟ ପ୍ରା.ଲି. ଓ ଏଚ୍ସିପି ଡିଜାଇନ୍ । ଏହାର ସ୍ଥପତି (ଆର୍କିଟେକ୍ଟ) ବିମଳ ପଟେଲ୍ । ୨୦୨୧ ଜାନୁଆରୀ ୧୫ରେ ତି୍ରକୋଣୀୟ ଭବନ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏବେ ଲୋକସଭାର କାପାସିଟି ୫୯୦ । ନୂଆ ଲୋକସଭାରେ ୮୮୮ ସିଟ୍ ବ୍ୟବସ୍ଥା ରହିଛି । ସେହିପରି ରାଜ୍ୟସଭାରେ ୩୮୪ ସିଟ୍ ବ୍ୟବସ୍ଥା କରାଯାଇଛି । ଲୋକସଭାରେ ଏତେ ଜାଗା ଅଛି ଯେ, ଦୁଇ ସଦନର ମିଳିତ ବୈଠକରେ ୧୨୭୨ରୁ ଅଧିକ ସାଂସଦ ଏକ ସଙ୍ଗେ ବସିପାରିବେ ।