ଇମ୍ରାନଙ୍କୁ ୨ ସପ୍ତାହ ଜାମିନ
ଅଲ୍କାଦିିର ମାମଲା
ଖୁସି ମନାଇଲେ ସମର୍ଥକ
ଇସ୍ଲାମାବାଦ (ଏଜେନ୍ସି): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟ ଗିରଫକୁ ବେଆଇନ ଦର୍ଶାଇ ତୁରନ୍ତ ଖଲାସ କରିବାକୁ କହିଥିଲେ । ଶୁକ୍ରବାର ହାଇକୋର୍ଟ ତାଙ୍କୁ ଅଲ କାଦିର ଟ୍ରଷ୍ଟ ମାମଲାରେ ୨ ସପ୍ତାହର ଜାମିନ ଦେଇଛନ୍ତି । ଏଥିସହ ଇମ୍ରାନ ଖାନଙ୍କୁ ବୁଧବାର ଯାଏ କୌଣସି ନୂଆ ମାମଲାରେ ଗିରଫ କରାଯାଇ ପାରିବ ବୋଲି ନିଦେ୍ର୍ଦଶ ଦେଇଛନ୍ତି ।
ଗତକାଲି ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଆବେଦନ ଗ୍ରହଣ କରି ତାଙ୍କ ଗିରଫଦାରୀକୁ ଅବୈଧ କହିଥିଲେ । ଶୁକ୍ରବାର ଇମ୍ରାନ ଇସଲାମାବାଦ ହାଇକୋର୍ଟରେ ହାଜର ହୋଇଥିଲେ । ଶୁଣାଣି ପ୍ରାୟ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଇମ୍ରାନ ଠିକଣା ସମୟରେ କୋର୍ଟରେ ପହଞ୍ଚି ପାରି ନଥିଲେ । ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ଘେରରେ ଚାଲିଚାଲି ସେ କୋର୍ଟରେ ପହଞ୍ଚିଥିଲେ । ଇମ୍ରାନଙ୍କ ଓକିଲ ଖ୍ୱାଜା ହରିଶ କହିଛନ୍ତି, ୨ ସପ୍ତାହ ଅନ୍ତରୀଣ ଜାମିନ ମିଳିଛି । ଦୁର୍ନୀତି ମାମଲାରେ ଗିରଫ ନ କରିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦା ରହିଛି । ହାଇକୋର୍ଟ ରାୟ ଦେବା ପୂର୍ବରୁ ଇମ୍ରାନଙ୍କୁ ପୁଣି ଗିରଫ କଲେ ପୂରା ଦେଶରେ ବିଦ୍ରୋହ ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଥିଲେ ।