ସିଦ୍ଧାର୍ଥ ମହାନ୍ତି ହେଲେ ଏଲ୍ଆଇସି ଅଧ୍ୟକ୍ଷ

ଭୁବନେଶ୍ୱର,୨୮ା୪(ବୁ୍ୟରୋ): ଆଉ ଜଣେ ଓଡ଼ିଆ ଦେଶର ପ୍ରତିଷ୍ଠିତ ଅନୁଷ୍ଠାନ ଜୀବନ ବୀମା ନିଗମ (ଏଲ୍ଆଇସି)ର ନେତୃତ୍ୱ ନେବାକୁ ଯାଉଛନ୍ତି । ସେ ହେଉଛନ୍ତି ସିଦ୍ଧାର୍ଥ ମହାନ୍ତି । ସେ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିଦେ୍ର୍ଦଶକ ଅଛନ୍ତି । ଆସନ୍ତା ବର୍ଷ ଜୁନ୍ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ । ଭାରତ ସରକାରଙ୍କ ଏଫ୍ଏସ୍ଆଇବି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ଶ୍ରୀ ମହାନ୍ତିଙ୍କ ନାମ ସୁପାରିସ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ୱୟଂ ଶାସିତ ସଂସ୍ଥା ଯାହାକି ରାଷ୍ଟ୍ରାୟତ୍ତ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସର୍ବୋଚ୍ଚ ପଦଗୁଡ଼ିକ ଚୟନ କରିଥାଏ । ୧୯୮୫ ଏଲ୍ଆଇସିରେ ଯୋଗ ଦେଇଥିବା ଶ୍ରୀ ମହାନ୍ତିଙ୍କୁ ଗତ ୨୦୨୧ ଫେବ୍ରୁଆରୀରେ ଏଲଆଇସିର ପରିଚାଳନା ନିଦେ୍ର୍ଦଶକ ନିଯୁକ୍ତ କରାଯାଇଥିଲା । ଶ୍ରୀମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ମଧ୍ୟ ଆଇନ ଓ ବିଜନେସ୍ ମ୍ୟାନେଜମେଣ୍ଟରେ ଡି୍ରଗୀ ହାସଲ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *