ସୁପ୍ରିମ୍କୋର୍ଟ ଗଲେ ରେସ୍ଲର୍
ନୂଆଦିଲ୍ଲୀ, ୨୪ା୪: ପ୍ରାୟ ଅଢେଇ ମାସ ପୂର୍ବେ ଆରମ୍ଭ ହୋଇଥିବା କୁସ୍ତି ମହାସଂଘ ବିବାଦ ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ପହଞ୍ଚôଛି । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ଆନେ୍ଦାଳନ କରୁଥିବା ୭ ମହିଳା ରେସ୍ଲର୍ ସୋମବାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଇତିମଧ୍ୟରେ କ୍ରୀଡା ମନ୍ତ୍ରାଳୟ ଭାରତୀୟ କୁସ୍ତି ମହାସଂଘର ମେ’ ୭ରେ ହେବାକୁ ଥିବା ନିର୍ବାଚନକୁ ବାତିଲ କରିଦେଇଛି । ଅଭିଯୋଗ ସତ୍ତ୍ୱେ ପୁଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରୁନଥିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦ ଜିତିଥିବା ଭିନେଶ ଫୋଗଟ ମଧ୍ୟ ରହିଛନ୍ତି ।ମ୍ବିଧାନର ଧାରା ୩୨ ଅନୁଯାୟୀ ଜଣେ ନାବାଳିକା ସମେତ ୭ ରେସଲର ସୁପ୍ରିମ୍କୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି । ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ପୁଲିସ କମିଶନରଙ୍କୁ କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ନିଦେ୍ର୍ଦଶ ଦେବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି ।
କନୌଟ ପ୍ଲେସ୍ ପୁଲିସ ଷ୍ଟେସନରେ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଥିଲେହେଁ ପୁଲିସ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ପୁଲିସ ଏଫ୍ଆଇଆର୍ ରୁଜୁ ନକରିବାରୁ ଏପ୍ରିଲ ୨୩ ରୁ ରେସଲରମାନେ ପୁଣି ଯନ୍ତରମନ୍ତରରେ ଆନେ୍ଦାଳନ ଆରମ୍ଭ କରିଛନ୍ତି ।
ପୂର୍ବରୁ ଏହି ରେସଲରମାନେ ଜାନୁଆରୀ ମାସରେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଆନେ୍ଦାଳନ କରିଥିଲେ । ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ କ୍ରୀଡା ମନ୍ତ୍ରଣାଳୟ ଘଟଣାର ତଦନ୍ତ ପାଇଁ ୫ଜଣିଆ କମିଟି ଗଠନ କରିଥିଲେ । ଆନେ୍ଦାଳନକାରୀଙ୍କ ସହ ବରିଷ୍ଠ ଅଧିକାରୀମାନେ କଥାବର୍ତ୍ତା ମଧ୍ୟ ହୋଇଥିଲେ । ଏହାପରେ ଆନେ୍ଦାଳନ ପ୍ରତ୍ୟାହାର ହୋଇଥିଲା । ଆନେ୍ଦାଳନ ପ୍ରତ୍ୟାହାର ହେବାର ୩ମାସ ବିତି ଯାଇଥିଲେ ମଧ୍ୟ ରେସଲରଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ତେଣୁ ସେମାନେ ପୁଣି ରବିବାରଠାରୁ ଆନେ୍ଦାଳନ ଆରମ୍ଭ କରିବା ସହ ଏଥର ସେମାନଙ୍କ ଆନେ୍ଦାଳନ କ୍ଷେତ୍ରକୁ ରାଜନେତାମାନଙ୍କୁ ସ୍ୱାଗତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।