ମିଳିଲା ଶ୍ରୀମନ୍ଦିର ଫାଇଲ୍

ସ୍ପଷ୍ଟୀକରଣ ଦେଲା ବିଧି ବିଭାଗ
ଭୁବନେଶ୍ୱର, ୨୧ା୪(ବୁ୍ୟରୋ) : ଶ୍ରୀମନ୍ଦିରର ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ହଜିଯାଇଥିବା ପ୍ରସଙ୍ଗରେ ଆଇନ ବିଭାଗ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି । ଏହି ଦୁଇଟି ଫାଇଲ୍ ବହୁ ପୁରୁଣା ହୋଇଥିବାରୁ ଅନ୍ୟ ଫାଇଲ ସହି ମିଶି ରହିଥିଲା । ବର୍ତ୍ତମାନ ଦୁଇଟିଯାକ ଫାଇଲ ମିଳିଛି ବୋଲି ବିଧି ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ୱର ମଲ୍ଲିକ ସୂଚନା ଦେଇଛନ୍ତି ।
ଏସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ଦୁଇଟି ପୁରାତନ ଫାଇଲ ନମିଳିବା ବା ହଜିଯିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସରକାରଙ୍କ ନଜରକୁ ଆସିଛି ।
ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ୨ ଟି ଫାଇଲ୍ ପୁରୁଣା ରୁଟିନ୍ ଫାଇଲ୍ ବହୁ ପୁରାତନ ହୋଇଥିବା ଯୋଗୁଁ ଏବଂ ପୁରୁଣା ଫାଇଲରେ ମିଶିଯାଇଥିବା ଦ୍ୱାରା ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲ୍ କୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହା ଏକ ସାଧାରଣ ଫାଇଲ୍ ଥିଲା । ଏହା ନମିଳିବା ଉଦେ୍ଦଶ୍ୟ ପ୍ରଣୋଦିତ ନଥିଲା ବୋଲି ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ମଲ୍ଲିକ ସ୍ୱଷ୍ଟ କରିଛନ୍ତି ।
ସୂଚନା ଯୋଗ୍ୟ, ଗତ ୧୮ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ଏବେ ଆଇନ ବିଭାଗରେ ହଜିଯାଇଛି । ଉକ୍ତ ଦୁଇଟି ଫାଇଲ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଓ ଠାବ କରିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜ ବିଭାଗ ଅଧୀନସ୍ଥ ସମସ୍ତ ଶାଖାକୁ ଚିଠି ଲେଖି ଅବଗତ କରାଇଛନ୍ତି । ହାଇକୋର୍ଟଙ୍କ ନିଦେ୍ର୍ଦଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ତାକୁ ଖୋଜିବାକୁ ସେ ଅନୁରୋଧ କରିଥିଲେ । ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନରେ ଦୁଇଟି ଫାଇଲ ଯଥା- ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ଏବେ ମିଳୁନି । ତେଣୁ ବିଭାଗର ସମସ୍ତ ସେକ୍ସନରେ ଏହି ଦୁଇ ଫାଇଲକୁ ଖୋଜିବାକୁ ଓ ଯଦି ନଥିବ ତାହା ଜଣାଇଲେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *