ପଞ୍ଜାବରେ ତାତିଲେ ଚାଷୀ

କୃଷି ଆଇନକୁ ବିରୋଧ
ରେଳଧାରଣାରେ ବସି ପ୍ରତିବାଦ ଅଟକିଲା ଏକାଧିକ ଟ୍ରେନ ପଞ୍ଜାବରେ ତାତିଲେ ଚାଷୀ
ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ପଞ୍ଜାବର ଚାଷୀକୁଳ ଆନେ୍ଦାଳନକୁ ଓହ୍ଳାଇଛନ୍ତି । ଶହଶହ କୃଷକ, କୃଷି ଶ୍ରମିକ ଓ ସମର୍ଥକ ବିଭିନ୍ନ ସ୍ଥାନରେ ରେଳଧାରଣାରେ ବସି ରେଳ ରୋକ କରିବାରୁ ଚଣ୍ଡୀଗଡ଼-ଦିଲ୍ଲୀ ଶତାବ୍ଦୀ ଓ ବନେ୍ଦ ଭାରତ ଏକ୍ସପ୍ରେସ୍ ସମେତ ପ୍ରାୟ ୬ରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଶତାବ୍ଦୀ ଏକ୍ସପ୍ରେସ ୪ ଘଣ୍ଟା ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି ।
ଅଦିନିଆ ବର୍ଷା ଯୋଗୁ ଗହମ ଅମଳ ପ୍ରଭାବିତ ହୋଇଥିବା ସମୟରେ କେନ୍ଦ୍ର ସରକାର ମୂଲ୍ୟ ହ୍ରାସ କରିବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ମୂଲ୍ୟ ହ୍ରାସ ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ତୁରନ୍ତ କ୍ଷତିପୂରଣ ପ୍ରଦାନ ଓ ଗହମ ମୂଲ୍ୟ ବୃଦ୍ଧି ଦାବିରେ ଚାଷୀମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଅମୃତସର, ଚଣ୍ଡୀଗଡ଼, ଫରୋଜପୁର, ଲୁଧିଆନା, ସଙ୍ଗ୍ରୁର, ଫଜିଲକା, ଗୁରୁଦାସପୁର, ତର୍ଣ ତାରନ ଇତ୍ୟାଦି ସ୍ଥାନରେ ଶହ ଶହ ଚାଷୀ ଓ ସେମାନଙ୍କ ସମର୍ଥକ ରେଳଧାରଣାରେ ବସି ୪ ଘଣ୍ଟା ରେଳ ରୋକ କରିଥିଲେ । ଆନେ୍ଦାଳନ ଯୋଗୁ କୌଣସି ସ୍ଥାନରେ ଆଇନଶୃଙ୍ଖଳା ପରସ୍ତିତି ସୃଷ୍ଟି ହୋଇ ନ ଥିଲେ ସୁଦ୍ଧା ଷ୍ଟେସନଗୁଡ଼ିକରେ ଯାତ୍ରୀମାନେ ପିଲା ଛୁଆଙ୍କୁ ଧରି ପ୍ରବଳ ଗରମରେ ହନ୍ତସନ୍ତ ହୋଇଥିଲେ । ଟ୍ରେନ ବିଳମ୍ବ କାରଣରୁ ଅମ୍ବାଲା ଓ ଅମୃତସର ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି, ଚାଷୀମାନେ ଧାରଣାରେ ବସିବାରୁ ଶତାବ୍ଦୀ ଓ ବନେ୍ଦ ଭାରତ ଏକ୍ସପ୍ରେସ ୪ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା । ଚଣ୍ଡୀଗଡ଼ ଷ୍ଟେସନ ଅଧୀକ୍ଷକ ଜେପି ସିଂହ କହିଛନ୍ତି, ଯାତ୍ରୀମାନଙ୍କର ସୁବିଧା ଲାଗି ଟ୍ରେନଗୁଡ଼ିକର ସମୟ ପୁନଃନିର୍ଦ୍ଧାରଣ ସଂପର୍କରେ ଘୋଷଣା କରାଯାଇଥିଲା । ଗୋରଖପୁର ଏକ୍ସପ୍ରେସ, ଦିଲ୍ଲୀ ଏସ୍ଏଫ୍ ଏକ୍ସପ୍ରେସ, ଭତିଣ୍ଡା-ସୁରତଗଡ଼ ପାସେଞ୍ଜର ସମୟରେ ପରିବର୍ତ୍ତନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *