ବାଳକକୁ କିସ୍: କ୍ଷମା ମାଗିଲେ ଦଲାଇଲାମା

ନୂଆଦିଲ୍ଲୀ (ଏଜେନ୍ସି): ଜଣେ ବାଳକର ଓଠକୁ ଚୁମ୍ବନ ଦେବା ଓ ନିଜ ଜିଭ ବାହାରକରି ତାକୁ ଚୁଷିବାକୁ କହି ବିବାଦରେ ଫସିଥିବା ବୌଦ୍ଧ ଧର୍ମଗୁରୁ ଦଲାଇଲାମା କ୍ଷମା ମାଗିଛନ୍ତି । ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଜଣେ ଛୋଟ ପିଲାର ଓଠକୁ ଚୁମ୍ବନ ଦେବା ପରେ ନିଜର ଜିଭ ବାହାର ତାକୁ ଚୁଚୁମିବାକୁ କହିଥିଲେ । ସେ କହୁଥିବା ଶବ୍ଦ ଓ ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ ପ୍ରବଳ ବିବାଦ ଦେଖାଯାଇଥିଲା ।
ଦଲାଇଲାମା ନିଜର ଜିଭ ଚୁଚୁମିବା ଶବ୍ଦ ପାଇଁ କ୍ଷମା ମାଗିଛନ୍ତି । ସେ ଛୋଟ ପିଲା ଓ ତାଙ୍କ ପରିବାର ଲୋକଙ୍କ ଉଦେ୍ଦଶ୍ୟରେ କହିଛନ୍ତି ଯେ ଯଦି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଥାଏ, ତା’ହେଲେ କ୍ଷମା ମାଗୁଛି ।
ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଟିମ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଛୋଟ ପିଲା ମହାନ ଧର୍ମଗୁରୁ ଦଲାଇଲାମାଙ୍କ ଠାରୁ ଆଶୀର୍ବାଦ ପାଇବା ପାଇଁ ତାଙ୍କ ଠାରୁ ଆଲିଙ୍ଗନ ମାଗୁଛନ୍ତି । ଏହି ସମୟରେ ଦଲାଇଲାମା ପ୍ରୟୋଗ କରିଥିବା ଶବ୍ଦ ଯଦି କାହାକୁ ଆଘାତ ଦେଇଥାଏ, ତା’ହେଲେ ଏଥିପାଇଁ ସେ ଉକ୍ତ ପିଲା ଓ ତାଙ୍କ ପରିବାର ଲୋକ ଏବଂ ବିଶ୍ୱରେ ଥିବା ସମସ୍ତ ବନ୍ଧୁମାନଙ୍କୁ କ୍ଷମା ମାଗୁଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ ଦଲାଇଲାମାଙ୍କ ସମ୍ମାନ ପାଇଁ ମୁଣ୍ଡ ତଳକୁ କରିଥିବା ଛୋଟ ପିଲାକୁ ସେ ଉଠାଇ ଓଠକୁ ଚୁମ୍ବନ ଦେବା ସହିତ ନିଜ କପାଳକୁ ପିଲାର କପାଳରେ ଯୋଡ଼ିଥିଲେ । ଦଲାଇମଲାମା ଜିଭ ବାହାର କରି ଛୋଟ ପିଲାଟିକୁ କହୁଛନ୍ତି, ‘କ’ଣ ତୁମେ ମୋ ଜିଭକୁ ଚୁଚୁମି ପାରିବ?’ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋସାଲ ମିଡିଆରେ ଦଲାଇଲାମାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *