ହାଇଦରାବାଦର ପ୍ରଥମ ବିଜୟ

ହାଇଦରାବାଦ, ୯ା୪ (ଏଜେନ୍ସି): ନୂଆ ଅଧିନାୟକଙ୍କ ସହ ଖେଳୁଥିବା ସନ୍ରାଇଜର୍ସ ହାଇଦରାବାଦ ଆଇପିଏଲ୍-୧୬ରେ ପ୍ରଥମ ବିଜୟ ହାସଲ କରିଛି । ଏଡେନ୍ ମାର୍କ୍ରମଙ୍କ ଟିମ୍ ରବିବାର ସିଜନ୍ର ୧୪ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୮ ୱିକେଟ୍ରେ ମାତ୍ ଦେଇଛି । ହାଇଦରାବାଦର ଏହା ତିନି ମ୍ୟାଚ୍ରୁ ପ୍ରଥମ ବିଜୟ, ଅନ୍ୟପଟେ ପଞ୍ଜାବ କିଙ୍ଗ୍ସର ଏହା ପ୍ରଥମ ପରାଜୟ ।
ହାଇଦରାବାଦ ଟିମ୍ ୧୭.୧ ଓଭର୍ରେ ୨ ୱିକେଟ୍ ହରାଇ ୧୪୫ ରନ୍ କରି ବିଜୟୀ ହୋଇଥିଲେ । ଟିମ୍ର ଓପନିଂ ଯୋଡ଼ି ୨୭ ରନ୍ରେ ଭାଙ୍ଗିଥିଲା । ହାରୀ ବ୍ରୁକ୍ ୧୩ ରନ୍ କରି ଅର୍ଶଦୀପ ସିଂହଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ମୟଙ୍କ ଅଗ୍ରୱାଲ (୨୧)ଙ୍କୁ ରାହୁଲ ଚାହର ପାଭିଲିଅନ୍ ପଠାଇଥିଲେ । ୪୫ ରନ୍ରେ ୨ ୱିକେଟ୍ ପଡ଼ିବା ପରେ ରାହୁଲ ତ୍ରିପାଠୀ ଓ ଅଧିନାୟକ ଏଡେନ୍ ମାର୍କ୍ରମ ଇନିଂସ୍ ସମ୍ଭାଳିଥିଲେ । ବିଶେଷକରି ରାହୁଲ ଦମ୍ଦାର ବ୍ୟାଟିଂ କରିଥିଲେ । ସେ ୩୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟ ଆଉ ୱିକେଟ୍ ପଡ଼ିବାକୁ ନ ଦେଇ ୧୮ତମ ଓଭର୍ରେ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ରାହୁଲ ୪୮ ବଲ୍ରୁ ୧୦ ଚୌକା ଓ ୩ ଛକା ସହାୟତାରେ ୭୪ ଏବଂ ମାର୍କ୍ରମ ୨୧ ବଲ୍ରୁ ୩୭ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଟିମ୍ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ଟିମ୍ ପକ୍ଷରୁ ଅଧିନାୟକ ଶିଖର ଧାବନ୍ ୬୬ ବଲ୍ରୁ ୧୨ ଚୌକା ଓ ୫ ଛକା ସହାୟତାରେ ୯୯ ଓ ସାମ୍ କରାନ୍ ୨୨ ରନ୍ କରିଥିଲେ । ସେମାନଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ନ ଥିଲେ । ବିପକ୍ଷ ବୋଲର୍ ମୟଙ୍କ ମାର୍କଣ୍ଡେ ୧୫ ରନ୍ ଦେଇ ୪, ମାର୍କୋ ଜାନ୍ସେନ୍ ଓ ଉମରାନ ମଲିକ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *