୧ଠଠ ସିଟ୍କୁ ଅନୁମତି
କଳାହାଣ୍ଡି ମେଡିକାଲ୍ କଲେଜ୍
ଭୁବନେଶ୍ୱର, ୬ା୪ (ବୁ୍ୟରୋ): ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଭାବେ ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ (ଏନ୍ଏମ୍ସି) ଅନୁମୋଦନ ଦେଇଛନ୍ତି ।
ଏ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ୱ ଯୋଗୁ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହେଲା । ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ କରିବ । ୨୦୨୩-୨୪ ଶିକ୍ଷାବର୍ଷଠାରୁ ୧୦୦ ଏମ୍ବିବିଏସ୍ ସିଟ୍ ପାଇଁ ଅନୁମୋଦନ ମିଳିଛି ।