ଷ୍ଟେଟ୍ବ୍ୟାଙ୍କ ମ୍ୟାନେଜର ଗିରଫ
୮ କୋଟି ଠକେଇ
ଫୁଲବାଣୀ,୬ା୪(ଆପ୍ର): ଜାଲିଆତି କରି ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖାରୁ ୮ କୋଟି ଟଙ୍କା ଠକିନେବା ମାମଲାରେ ଗୁରୁବାର ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି । ଗିରଫ ଅଧିକାରୀ ହେଲେ ତକ୍ରାଳୀନ ଡେପୁଟି ମ୍ୟାନେଜର ତଥା ଫିଲଡ ଅଫିସର ଆଶୁତୋଷ ଆ·ର୍ଯ୍ୟ ।
ଇଓଡବ୍ଲୁ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଦୁରୁପଯୋଗ କରି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କାର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ । ପରେ ଏ ସମସ୍ତ ଋଣ ଅର୍ଥକୁ ସେ ନିଜ ସମ୍ପର୍କୀୟମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ । ଆଶୁତୋଷ ୫୯ ଜଣଙ୍କ ନାମରେ ସରକାରୀ ·କିରିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ । ଯାହାର ପରିମାଣ ଥିଲା ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା । ସେହିଭଳି ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ । ଏହିଭଳି ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ଋଣ ମଞ୍ଜୁର କରାଯାଇଥିବା ବ୍ୟକ୍ତିମାନେ ସରକାରୀ ·କିରିଆ କିମ୍ବା ପେନସନଭୋଗୀ ନ ଥିବା ପରେ ଜଣା ପଡିଥିଲା । ଘଟଣା ଜଣାପଡ଼ିବାରୁ ଆଶୁତୋଷଙ୍କୁ ନିଲମ୍ବିତ କରାଯାଇଥିଲା । ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରେ ୧୪/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ·ଲିଥିଲା । ସତ୍ୟତା ଜଣା ପଡିବା ପରେ ଆଶୁତୋଷଙ୍କୁ ଗିରଫ କରାଯାଇ କୋର୍ଟ ·ଲାଣ କରାଯାଇଥିବା ଇଓଡବ୍ଲୁ୍ୟ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।