ଅକ୍ସଫାମ୍ ବିରୋଧରେ ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ଥିବା ଆନ୍ତର୍ଜାତିକ ଏନ୍ଜିଓ ଅକ୍ସଫାମ୍ ଇଣ୍ଡିଆର ବିଦେଶୀ ଅନୁଦାନ ଆଇନ (ଫରେନ୍ ଫଣ୍ଡସ୍ ଆକ୍ଟ) ଉଲ୍ଲଂଘନ ସଂକା୍ରନ୍ତରେ ସିବିଆଇ ତଦନ୍ତ କରି ରିପୋର୍ଟର୍ ଦେବାକୁ ସ୍ୱରାଷ୍ୟ୍ର ମନ୍ତ୍ରଣାଳୟ ନିଦେ୍ର୍ଦଶ ଦେଇଛନ୍ତି । ଫରେନ୍ ଫଣ୍ଡସ୍ ଆକ୍ଟ ଲାଗୁ ହେବା ପରେ ମଧ୍ୟ ଅକ୍ସଫାମ ଇଣ୍ଡିଆ ବିଭିନ୍ନ ସଂସ୍ଥାକୁ ବେଆଇନ ଭାବେ ବିଦେଶୀ ଅନୁଦାନ ଦେଇଛି । ଆୟକର ବିଭାଗ ସର୍ଭେ ସମୟରେ ଏହା ଜଣାପଡ଼ିଥସିଲା ।
ସାମାଜିକ କଲ୍ୟାଣ ଭଳି କାର୍ଯ୍ୟକଳାପ ପାଇଁ ପଞ୍ଚୀକୃତ ଅକ୍ସଫାମ ଇଣ୍ଡିଆ ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍ସିଆର୍ଏ) ନମାନି ସହଯୋଗୀ ସଂସ୍ଥା ଓ କର୍ମ·ରୀଙ୍କ ମାଧ୍ୟମରେ ପଲିସି ରିସର୍ଚ୍ଚ ପାଇଁ ପାଣ୍ଠି ପଠାଇଥିଲା । ଅକ୍ସଫାମ ଇଣ୍ଡିଆର ଟିଡିଏସ୍ ତଥ୍ୟରୁ ମିଳିଥିବା ବିବରଣୀରେ ୨୦୧୯-୨୦ ଆର୍ଥିକ ବର୍ଷରେ ପଲିସି ରିସର୍ଚ୍ଚ ସେଣ୍ଟରକୁ ୧୨,୭୧,୧୮୮ ଟଙ୍କା କାରବାର ହୋଇଛି । ନିକଟରେ ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏକ ·ଞ୍ଚଲ୍ୟକର ତଥ୍ୟ ଜାରି କରାଯାଇ ଦେଶର ଧନୀମାନଙ୍କ ସମ୍ପତ୍ତିି ବଢ଼ି ·ଲିଥିବା ବେଳେ ଗରିବଙ୍କ ସମ୍ପତ୍ତି କମି ·ଲିଥିବା ଦର୍ଶାଯାଇଥିଲା । ଦେଶର ମୋଟ ସମ୍ପତ୍ତିର ଅଧାରୁ ଅଧିକ କେବଳ ହାତଗଣତି ଧନୀଙ୍କ ନିକଟରେ ରହିଛି । ଅନ୍ୟମାନେ କେବଳ ବଞ୍ଚିବାକୁ ସଂଘର୍ଷ କରି ·ଲିଛନ୍ତି ବୋଲି ଦର୍ଶାଯାଇଥିଲା ।
୨୧ ଜଣ ଭାରତୀୟ କୋଟିପତିଙ୍କ ନିକଟରେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ କମ ସମ୍ପତ୍ତି ୭୦ କୋଟି ଭାରତୀୟଙ୍କ ନିକଟରେ ଅଛି । ଅକ୍ସଫାମ୍ ଇଣ୍ଡିଆ ପକ୍ଷରୁ ଏପରି ରିପୋର୍ଟ ଦିଆଯାଇଥିଲା । ସେହିପରି କରୋନା ପରଠାରୁ କୋଟିପତିଙ୍କ ସମ୍ପତ୍ତି ୧୨୧% ବୃଦ୍ଧି ପାଇଛି । ସେମାନେ ଦୈନିକ ୩,୬୦୮ କୋଟି ଟଙ୍କା ଆୟ କରିଥିବା ଉଲ୍ଲେଖ ଥିଲା । ସୂଚନାଯୋଗ୍ୟ, ବୈଦେଶିକ ଅନୁଦାନ ଆକାରରେ ଅକ୍ସଫାମ ୧.୫୦ କୋଟି ଟଙ୍କା ପାଇଥିଲା । ଏହାର ଏଫ୍ସିଆର୍ଏ ଲାଇସେନ୍ସ ଗତ ବର୍ଷ ଜାନୁଆରୀରେ ବାତିଳ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *