ରାଇରଙ୍ଗପୁର ବାଇପାସ୍ ପାଇଁ ୧୨୧ କୋଟି

ଓଡ଼ିଶା ଦିବସରେ କେନ୍ଦ୍ର ସରକାରଙ୍କ ଭେଟି
ରାଇରଙ୍ଗପୁର, ୧ା୪: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ବାଇପାସ୍ ୧୨୧ କୋଟି ଟଙ୍କାରେ ନିର୍ମାଣ ହେବ । ଉକ୍ରଳ ଦିବସ ଅବସରରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁରରେ ବାଇପାସ୍ ନିର୍ମାଣ ପାଇଁ ୧୨୧ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ହେବ । ଇପିସି ମୋଡ୍ରେ ବାଇପାସ୍ର ନିର୍ମାଣ ହେବ । ଏହାର ଦୈର୍ଘ୍ୟ ୮.୪୭୨ କି.ମି । ୨ ଥାକିଆ ବିଶିଷ୍ଟ ରାସ୍ତା ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ରାଇରଙ୍ଗପୁର ଅଞ୍ଚଳରେ ଖୁସିରେ ଲହରୀ ଖେଳିଯାଇଛି ।
ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ଆଉ ଏହି ସହର ମଧ୍ୟ ଦେଇ ଯାଇଛି ରାଞ୍ଚô-ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ । ଏହି ସହରର ରାଜପଥ ମରଣପଥରେ ପରିଣତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକ୍ ଓ ଗୋଟିଏ ପୌରପରିଷଦକୁ ନେଇ ଗଠିତ ବାମନଘାଟୀ ଉପଖଣ୍ଡ । ଏହାର ସଦର ମହକୁମା ଓ ମୁଖ୍ୟ ସହର ହେଉଛି ରାଇରଙ୍ଗପୁର । ରାଇରଙ୍ଗପୁର ସହରର ଦୁଃଖ ଏହି ଯେ,ଏହାର ମୁଖ୍ୟ ରାସ୍ତା ତାହା ହିଁ ୨୨୦ ନଂ ଜାତୀୟ ରାଜପଥ ହିଁ ସହରର ଦୁଃଖକୁ ଦ୍ୱିଗୁଣିତ କରିଛି । ଝାଡଖଣ୍ଡ ସୀମାବର୍ତ୍ତୀ ରାଇରଙ୍ଗପୁର ସହର ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର । ବାମନଘାଟୀ ଉପଖଣ୍ଡର ଅଧିବାସୀଙ୍କ ସମେତ ଝାଡ଼ଖଣ୍ଡର ସୀମାବର୍ତ୍ତୀ କେତେକ ଅଞ୍ଚଳର ଅଧିବାସୀ ମଧ୍ୟ ରାଇରଙ୍ଗପୁର ସହର ଉପରେ ନିର୍ଭର କରନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *