ବିନା ହଲ୍ମାର୍କ ସୁନା ବିକ୍ରି ବନ୍ଦ

ଅଳଙ୍କାରରେ ରହିବ ୬ ଅଙ୍କର କୋଡ୍
ନୂଆଦିଲ୍ଲୀ, ୧ା୪: କେନ୍ଦ୍ର ସରକାର ସୁନା ଅଳଙ୍କାର ଓ ସୂୁନାର କଳାକୃତି ବିକ୍ରି ନିୟମରେ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ୧ରୁ ପ୍ରତ୍ୟେକ ସୁନା ଅଳଙ୍କାରରେ ହଲ୍ମାର୍କିଂ ଅନିବାର୍ଯ୍ୟ ହୋଇଛି । ଯେକୌଣସି ସୁନା ଅଳଙ୍କାର ବିକିବାକୁ ହେଲେ ତା ଉପରେ ୬ ଅଙ୍କର ହଲ୍ମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର (ଏଚ୍ୟୁଆଇଡି) ଥିବା ଆବଶ୍ୟକ । ଭାରତୀୟ ମାନକ ବୁ୍ୟରେ (ବିଆଇଏସ୍) ପକ୍ଷରୁ ମାର୍ଚ୍ଚରେ କୁହାଯାଇଥିଲା ଯେ ନୂଆ ଆର୍ଥôକ ବର୍ଷରୁ କୌଣସି ଦୋକାନରେ ଏଚ୍ୟୁଆଇଡି ନ ଥିବା ସୁନା ଜୁଲେରୀ ବିକ୍ରି ହୋଇପାରିବ ନାହିଁ । ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମାର୍ଚ୍ଚ ୪ ତାରିଖ ଦିନ ଏ ସମ୍ବନ୍ଧୀୟ ସର୍କୁଲାର ଜାରି କରାଯାଇଥିଲା । ସେତେବେଳେ ୪ ଓ ୬ ଅଙ୍କର ହଲ୍ମାର୍କ ନେଇ ସନେ୍ଦହ ଉପୁଜି ଥିଲା । ଏବେ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି ଯେ କେବଳ ୬ ଅଙ୍କ ବିଶିଷ୍ଟ ଆଲ୍ଫାନୁ୍ୟମେରିକ୍ ହିଁ ମାନ୍ୟ ହେବ । ସରକାର ଦେଢ ବର୍ଷ ହେଲା ଦେଶରେ ନକଲି ସୁନା ଅଳଙ୍କାର ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ହଲ୍ମାର୍କିଂର ନୂଆ ନିୟମ ଲାଗୁ କରିବା ଉଦ୍ୟମ ଜାରି ରଖିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *