ମେ’୧୦ରେ ଭୋଟ୍

ଝାରସୁଗୁଡ଼ା ଉପନିର୍ବାଚନ
ଭୁବନେଶ୍ୱର, ୨୯ା୩ (ବୁ୍ୟରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଆସନ୍ତା ମେ’ ୧୦ ତାରିଖରେ ଭୋଟ୍ଗ୍ରହଣ କରାଯିବ । ମେ’ ୧୩ରେ ଭୋଟ୍ ଗଣତି କରାଯାଇ ଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଝାରସୁଗୁଡା ନିର୍ବାଚନମଣ୍ଡଳୀ ସହିତ ସମଗ୍ର ଜିଲ୍ଲାରେ ବୁଧବାରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ।
ବୁଧବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କର୍ଣ୍ଣାଟକ ଲୋକସଭା ନିର୍ବାଚନ ସହିତ ଝାରସୁଗୁଡା ବିଧାନସଭା ଉପନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ସମ୍ପର୍କରେ ଘୋଷଣା କରିଛନ୍ତି । ସମ୍ବାଦିକ ସମ୍ମଳନୀରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ଉପନିର୍ବାଚନ ଘୋଷଣା ଅନୁଯାୟୀ, ଝାରସୁଗୁଡା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ୨୧ ପ୍ରାର୍ଥôପତ୍ର ଯାଞ୍ଚ ଏବଂ ୨୪ ପ୍ରାର୍ଥôପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୨୧ ହଜାର ୭୦ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦୩୨୦ ପୁରୁଷ, ୧୧୦୬୮୭ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ନିର୍ବାଚନମଣ୍ଡଳୀରେ ସମୁଦାୟ ୨୫୨୬ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୧୪୪୯ ଜଣ ପୁରୁଷ ଓ ୧୦୭୭ ଜଣ ମହିଳା ଭୋଟର । ସେହିପରି ୮୦ ବର୍ଷରୁ ଊଦ୍ଧ୍ୱର୍ ୪୦୭୪ ଜଣ ବରିଷ୍ଠ ଭୋଟର ଅଛନ୍ତି । ଉପନିର୍ବାଚନ ପାଇଁ ଆବଶ୍ୟକ ହୋଉଥିବା ଇଭିଏମ୍ ଓ ଭିଭିପାଟ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି । ସେ ସବୁକୁ ପ୍ରାଥମିକ ସ୍ତରରେ ତନଖି କାର୍ଯ୍ୟ ସମାପ୍ତ ହୋଇଛି । ସମଗ୍ର ନିର୍ବାଚନମଣ୍ଡଳୀରେ ଥିବା ବୁଥ୍ଗୁଡିକରେ ଉପନିର୍ବାଚନ ସମୟରେ ଭୋଟରମାନଙ୍କ ସୁବିଧା ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଯଥା ପାନୀୟ ଜଳ ଯୋଗାଣ, ପାଇଖାନା, ର୍ୟାମ୍ପ ଓ ବିଦୁ୍ୟତ ସଂଯୋଗ ଇତ୍ୟାଦି ଗୁଡିକୁ ଯୋଗାଇଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କ ମୃତୁ୍ୟ ପରେ ଏହି ଆସନଟି ଖାଲି ପଡିଛି । ଗତ ଜାନୁୟାରୀ ୨୯ ତାରିଖରେ ଶ୍ରୀ ଦାସଙ୍କ ହତ୍ୟା ହୋଇଥିଲା । ପୁଲିସ ଏଏସ୍ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *