ଧକ୍କାରୁ ବର୍ତ୍ତିଲା ୨ ବିମାନ ଏଟିସି କର୍ମଚାରୀ ସସ୍ପେଣ୍ଡ୍
ନୂଆଦିଲ୍ଲୀ (ଏଜେନ୍ସି): ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସର ବିମାନ ପରସ୍ପର ସହ ଧକ୍କା ହେବାରୁ ବର୍ତ୍ତିଯାଇଛନ୍ତି । ଶୁକ୍ରବାର ଏହି ଅଘଟଣ ଘଟିଥିବା ବେଳେ ଏବେ ପଦାକୁ ଆସିଛି । ଅସାବଧାନତା ପାଇଁ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧୀକରଣ (ସିଏଏଏନ୍) ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ବିଭାଗର ଦୁଇଜଣ କର୍ମ·ରୀଙ୍କୁ ନିଲମ୍ବିତ କରିଛନ୍ତି ।
ମାଲେସିଆର କୁଆଲାଲୁମ୍ପୁରରୁ କାଠମାଣ୍ଡୁ ଆସୁଥିବା ନେପାଳ ଏୟାରଲାଇନ୍ସର ଏକ ବିମାନ ନୂଆଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ ଅବତରଣ ସମୟରେ ପରସ୍ପର ନିକଟତର ହୋଇଥିଲେ । ଏୟାର ଇଣ୍ଡିଆ ବିମାନ ୧୯ ହଜାର ଫୁଟ ଉଚ୍ଚରୁ ଅବତରଣ କରୁଥିବା ବେଳେ ନେପାଳ ଏୟାରଲାଇନ୍ସ ବିମାନ ସେହି ସ୍ଥାନରେ ୧୫ ହଜାର ଫୁଟ ଉଚ୍ଚରେ ଥିଲା । ଦୁଇଟି ବିମାନ ନିକଟତର ହେଉଥିବା ରାଡାରରେ ଦେଖିଥିଲେ ନେପାଳ ଏୟାରଲାଇନ୍ସ ବିମାନ ପାଇଲଟ । ତୁରନ୍ତ ସେ ବିମାନକୁ ୭ ହଜାର ଫୁଟକୁ ନେଇ ଯାଇଥିଲେ । ଯାହା ଫଳରେ ଉଭୟ ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ବେସାମରିକ ବିମାନ ଚଳାଚଳ ପ୍ରାଧୀକରଣ ଦ୍ୱାରା ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି । ତେବେ ଏ ନେଇ ଏୟାର ଇଣ୍ଡିଆର ପ୍ରତିକ୍ରିୟା ମିଳିପାରି ନାହିଁ ।