ନବୀନ ଯିବେ ଜାପାନ
ଭୁବନେଶ୍ୱର, ୨୫ା୩ (ବୁ୍ୟରୋ): ଏପ୍ରିଲ୍ ୩ରେ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଯିବେ । ଜାପାନରେ ହେବାକୁ ନିବେଶ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏପ୍ରିଲ୍ ୯ରେ ଫେରିଆସିବେ । ଏହି ଗସ୍ତ ଫଳରେ ବିଦେଶରୁ ଆସିବ ଆହୁରି ପୁଞ୍ଜି । ଏହି ଗସ୍ତ ସମୟରେ ଜାପାନର ବଡ଼ ବଡ଼ କମ୍ପାନୀ ଓଡ଼ିଶାରେ କିପରି ପୁଞ୍ଜିନିବେଶ କରିବେ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେ । ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ କଣ୍ଟି୍ରି ପାର୍ଟନର ଥିବା ଜାପାନ ସହ ଓଡ଼ିଶାର ବାଣିଜି୍ୟକ ଓ ସାଂସ୍କୃତିକ ସମ୍ପର୍କ ଭଲ ଥିବାରୁ ନବୀନଙ୍କ ଜାପାନ ଗସ୍ତ ବେଶ୍ ସଫଳ ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅନ୍ୟପଟେ ଜାପାନରେ ଅଧିକ ଟେକ୍ନୋଲଜି ଭିତ୍ତିକ ଶିଳ୍ପ ରହିଥିବାରୁ ରୋମ୍, ଦୁବାଇ ପରେ ଏବେ ସୂର୍ଯେ୍ୟାଦୟର ଦେଶରୁ ପୁଞ୍ଜିର ସୁଅ ଛୁଟିବା ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ଜାପାନରେ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରିବା ମଧ୍ୟରେ ଟେକ୍ନୋଲଜି ଭିତ୍ତିକ ଶିଳ୍ପ ଫୋକସରରେ ରହିବ ବୋଲି ସୂଚନା ମିଳିଛି । ୱାନ୍ ଟୁ ୱାନ୍ ଆଲୋଚନା ସହ ରୋଡ୍ ଶୋ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇନ୍ଭେଷ୍ଟରମାନଙ୍କୁ ଆକୃଷ୍ଟ କରିବେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ଜାପାନ ନିବେଶକାରୀଙ୍କୁ ବୁଝାଇବେ ।
ଓଡ଼ିଶାର ନୂଆ ଶିଳ୍ପନୀତି ସହ ସବୁ କ୍ଷେତ୍ରରେ ନିବେଶକାରୀଙ୍କୁ ରାଜ୍ୟ ସରକାର ପ୍ଲସ୍ ୱାନ୍ ସୁବିଧା ଯୋଗାଇ ଦେଉଥିବା କଥା ମଧ୍ୟ ଆଲୋଚନା ହେବ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ନବୀନଙ୍କ ଜାପାନ ଗସ୍ତ ବଡ଼ ପୁଞ୍ଜି ଆଣିବ ବୋଲି କୁହାଯାଉଛି ।
୨୦୨୨ ଅଗଷ୍ଟ ମାସରେ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ । ଏହା ସହ ରୋମ୍ ଓ ଦୁବାଇ ଗସ୍ତ ପରେ ବି ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀ ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ଥ୍ରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି ।
ସାରା ଦେଶରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ବଡ଼ ସଫଳତା ମଧ୍ୟ ସାଉଁଟିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।
ଭାରତର ଖଣିଜ ସମ୍ପଦ କ୍ଷେତ୍ରରେ ଓଡ଼ିଶାର ସିଂହଭାଗ ରହିଛି । ଓଡ଼ିଶା ଏବେ ଶିଳ୍ପର ହବ୍ ପାଲଟିଛି । ପ୍ରାକୃତିକ ସମ୍ପଦରେ ଭାରତର ଟପ୍ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି । ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ୍ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜି ନିବେଶ ଲାଗି ସହାୟକ ହୋଇଛି । ଏବେ ଓଡ଼ିଶା ଓ ଜାପାନର ୫୨ଟି କମ୍ପାନୀ ବିଭିନ୍ନ ସେକ୍ଟରରେ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ୱାରାନ୍ୱିତ ହେବ ।