ଏପ୍ରିଲ୍ରେ ଆସିବେ ଟ୍ରିବୁ୍ୟନାଲ୍ ଟିମ୍

ମହାନଦୀ ଜଳ ବିବାଦ
ଭୁବନେଶ୍ୱର, ୨୫ା୩ (ବୁ୍ୟରୋ): ଓଡିÿଶା-ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇଟି ପର୍ଯ୍ୟୟରେ ଉଭୟ ଛତିଶଗଡ ଏବଂ ଓଡିଶା ଗସ୍ତ କରିବେ ମହାନଦୀ ଟ୍ରିବୁ୍ୟନାଲ ଟିମ୍ । ଶନିବାର ମହାନଦୀ ଜଳ ବିବାଦ ଶୁଣାଣି ବେଳେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଟ୍ରିବୁ୍ୟନାଲ ଟିମ୍ ଆସନ୍ତା ଏପ୍ରିଲ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ ଗସ୍ତ କରିବେ । ଏପ୍ରିଲ ୨୯ରୁ ମେ’ ୩ ପର୍ଯ୍ୟନ୍ତ ଓଡିଶା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବେ ବୋଲି ଶୁଣାଣି ବେଳେ ନିଷ୍ପତ୍ତି ହୋଇଛି ।
ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରିବା ଯୋଗୁଁ ମହାନଦୀର ଜଳସ୍ତର କମିବାରେ ଲାଗିଛି । ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୩ ତାରିଖରେ ଟ୍ରିବୁ୍ୟନାଲ ଗଠନ କରିଥିଲେ । ଟ୍ରିବୁ୍ୟନାଲର କାର୍ଯ୍ୟକାଳ ୫ ବର୍ଷ ଥିଲା । ତେବେ ୫ ବର୍ଷ ମଧ୍ୟରେ ମାମଲାର କୈଣସି ନିଷ୍କର୍ଷ ବାହାରି ପାରିନି । ମାମଲାର ସମ୍ବଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟ୍ରିବୁ୍ୟନାଲ କାର୍ଯ୍ୟକାଳକୁ ଆଉ ୨୧ ମାସ ବୃଦ୍ଧି କରିଛନ୍ତି । ଯଦିଓ ଜଳ ବିବାଦର ଚୂଡାନ୍ତ ସମାଧାନ ବାହିରି ପାରିନି, ତେବେ ଏହାରି ଭିତରେ ଟ୍ରିବୁ୍ୟନାଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି । ଓଡିଶାକୁ ତାର ହକ୍ରୁ କିଭଳି ବଞ୍ଚିତ କରାଯାଉଛି, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବୁ୍ୟନାଲରେ ସତ୍ୟପାଠ ଜରିଆରେ ଉପସ୍ଥାପନ କରାଯାଇଛି । ଏହାରି ଭିତରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଛତିଶଗଡର ଏକଚାଟିଆ କାରବାରକୁ ତୀବ୍ର ବିରୋଧ କରିଛି ଶାସକ ବିଜେଡି । ଗତ ୨୩ ତାରିଖରେ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା । ରାଜ୍ୟର ନଦୀ ଗୁଡିକରେ ଜଳ ସ୍ଥିତିକୁ ନେଇ ବିରୋଧୀଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ୟୁପିଏ ଓ ଏନ୍ଡିଏ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ କହି ସେ କଟାକ୍ଷ କରି କହିଥିଲେ- ମହାନଦୀ ଶୁଖିଗଲାଣି, ଜଳ ବିବାଦର ସମାଧାନ ହେଉନି । ଏନେଇ ଗୃହରେ ସ୍ୱତନ୍ତ୍ର ଆଲୋଚନା ହେଉ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ଦେବୀ ମିଶ୍ର । ମହାନଦୀକୁ ନେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବିଚାର କରୁଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଥିଲା । ୩୭ ଥର ବୈଠକ ବସିଛି । ହେଲେ କୌଣସି ସମାଧାନର ବାଟ ବାହାରିପାରିନି । ଛତିଶଗଡ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସେତେବେଳେ ରମଣ ସିଂହଙ୍କ ସରକାର କିଛି କରିନଥିଲେ ଏବଂ କେନ୍ଦ୍ରର ବିଜେପି ସରକାର ନୀରବଦ୍ରଷ୍ଟା ସାଜିଥିଲେ । ଛତିଶଗଡରେ ସରକାର ବଦଳିଥିଲେ ବି ଅବସ୍ଥା ସମାନ ରହିଛି । ଏହାର ଜବାବରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଜଳ ପାଇଁ ଏତେ ଦରଦ ତେବେ ଆଲୋଚନା କରନ୍ତୁ । ଆଲୋଚନା ପାଇଁ ସେ ପ୍ରସ୍ତୁତ ଥିବା କହିଥିଲେ । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି ବୋଲି କହି ଶାସକ ଦଳକୁ ଘେରିଥିଲେ ଜୟନାରାୟଣ ମିଶ୍ର । ବାଚସ୍ପତି ମହାନଦୀକୁ ନେଇ ଗୃହରେ ଉଦ୍ବେଗକୁ ନଜରରେ ରଖି ଚଳିତ ଅଧିବେଶନ ମଧ୍ୟରେ ଗୃହରେ ବିବୃତି ରଖିବାକୁ ଜଳସମ୍ପଦ ମନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *