ଶ୍ରୀଜିଉଙ୍କ ଆଶିଷ ନେଲେ ମମତା

ପୁରୀ, ୨୨ା୩(ବୁ୍ୟରୋ): ଶ୍ରୀଜିଉଙ୍କ ଆଶିଷ ନେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୁଶ୍ରୀ ବାନାର୍ଜୀ ବୁଧବାର ଅପରାହ୍ନ ୪ଟାରେ କଡା ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିଥିଲେ ସିଂହଦ୍ୱାରରେ । ସେଠାରେ ତାଙ୍କୁ ସେବାୟତମାନଙ୍କ ପକ୍ଷରୁ ଖଣ୍ଡୁଆପାଟ ଦେଇ ସ୍ୱାଗତ କରାଯାଇଥିଲା । ପରେ ପରେ ତାଙ୍କୁ ଶ୍ରୀମନ୍ଦିର ପରିସରକୁ ପାଛୋଟି ନିଆଯାଇଥିଲା । ସେ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶିଷ ନେଇଥିଲେ । ଏହାପରେ ସେ ମା’ଲକ୍ଷ୍ମୀ, ମା’ ବିମଳା ତଥା ଅନ୍ୟ ପାଶ୍ୱର୍ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ତତ୍ ସହିତ ଶ୍ରୀମନ୍ଦିର ପରିସରରେ ଚନ୍ଦନଚକଡାରେ ରହି ଧ୍ୱଜାବନ୍ଧା ନୀତି ଦେଖିଥିଲେ । ଶ୍ରୀମନ୍ଦିର ବାହାରକୁ ଆସିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ମହାପ୍ରଭୁଙ୍କୁ ଦର୍ଶନ କରି ବହୁତ ଖୁସି । ମହାପ୍ରଭୁଙ୍କ ନିକଟରେ ପଶ୍ଚିମବଙ୍ଗ, ଓଡିଶା ତଥା ପୁରୀବାସୀଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛି । ବିଶେଷ ଭାବେ ଧ୍ୱଜାବନ୍ଧା ନୀତି ଅତ୍ୟନ୍ତ ଭଲ ଲାଗିଲା । ଦେଶବାସୀଙ୍କ ମଙ୍ଗଳ ହେଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛି । ସୁଶ୍ରୀ ମମତା ଏହି ଅବସରରେ ସେବାୟତ, ଜିଲ୍ଲା ଓ ପୁଲିସ ପ୍ରଶାସନର ବ୍ୟବସ୍ଥାକୁ ପ୍ରଶଂସା କରି ଧନ୍ୟବାଦ୍ ଦେଇଥିଲେ ।
ମମତାଙ୍କ ଗସ୍ତ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *