ଓଡିÿଆ ଭାଷା ଆମ ସମ୍ମାନ ଓ ଗୌରବ
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୧ା୩ (ବୁ୍ୟରୋ): ଆମ ମାତୃଭାଷା ଓଡିÿଆ ଆମ ସମ୍ମାନ ଓ ଆମ ଗୌରବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ ଭାଷା ‘ଓଡିÿଆ’ ଆଜିର ଦିନରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା । ଓଡ଼ିଆ ଭାଷାର ଗରିମା ଓ ମାଧୁର୍ଯ୍ୟ ହିଁ ଏହାକୁ ଅନ୍ୟ ଭାଷାଠାରୁ ସ୍ୱତନ୍ତ୍ର କରିଛି । ଏହାର ଗରିମାକୁ ଆହୁରି ସମୃଦ୍ଧ କରିବା ଦିଗରେ ଏକ ହୋଇ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱର ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡିÿଆ ଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଭାକାର୍ଯ୍ୟ ପ୍ରାରମ୍ଭରେ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଓଡିÿଆ ଶାସ୍ତ୍ରୀୟତା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଡଃ. ବୈରାଗୀ ଚରଣ ପଟ୍ଟନାୟକ ଓଡିÿଆ ଭାଷା ଓ ସାହିତ୍ୟକୁ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଫେସର ଫଣୀନ୍ଦ୍ର ଭୂଷଣ ନନ୍ଦ ପାରଳାଖେମୁଣ୍ଡିର ସହିତି୍ୟକ ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଡ. ବିଘ୍ନେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।