ଆଇନର ଊଦ୍ଧ୍ୱର୍ରେ କେହି ନୁହନ୍ତି
ବି୍ରଟେନ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ, ୧ା୩: ଭାରତରେ ରହୁଥିବା ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ଭାରତୀୟ ନିୟମକାନୁନକୁ ମାନିବାକୁ ବାଧ୍ୟ । ବିବିସି ମଧ୍ୟ ଭାରତୀୟ ନିୟମ କାନୁନ ମାନିବା ଉଚିତ ବୋଲି ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କର ବ୍ରିଟେନ୍ ବିଦେଶ ସଚିବ ଜେମ୍ସ କ୍ଲେଭର୍ଲିଙ୍କୁ ରୋକ୍ଠୋକ୍ ଜବାବ ଦେଇଛନ୍ତି ।
ଜି-୨୦ ବିଦେଶମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଗୁରୁବାରଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି । ଏଥିରେ ଯୋଗଦେବାପାଇଁ ଆସିଥିବା ବି୍ରଟେନ୍ ବିଦେଶ ସଚିବ ଜ୍ମ୍ସେ କ୍ଲେଭର୍ଲି ଆଲୋଚନା ସମୟରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସ ଉପରେ ଆୟକର ରେଡ୍ ବିଷୟ ଉଠାଇଥିଲେ । ପ୍ରତୁ୍ୟତ୍ତରରେ ଶ୍ରୀ ଜୟଶଙ୍କର କହିଥିଲେ, ଭାରତରେ କାର୍ଯ୍ୟକରୁଥିବା ପ୍ରତ୍ୟେକ ସଂସ୍ଥା ଭାରତୀୟ ନିୟମକାନୁନ ମାନିବାକୁ ବାଧ୍ୟ । କେହି ବି ଆଇନ ଠାରୁ ଉପରେ ନୁହନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିବା ବିବିସିର ଭାରତୀୟ ଅଫିସରେ ଗତମାସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା । ଏହାକୁ ନେଇ ବିବାଦ ·ଲିଥିବା ବେଳେ ବ୍ରିଟେନ ବିଦେଶ ସଚିବ ଏହି ପ୍ରସଙ୍ଗ ଉଠାଇଛନ୍ତି । ତେବେ ଏସ ଜୟଶଙ୍କର ମଧ୍ୟ ଭାରତର ପକ୍ଷରୁ ବେଶ ଦୃଢ଼ତାର ସହ ଜବାବ ରଖିଛନ୍ତି । ଜେମ୍ସ ମଧ୍ୟ ଏହା ଉପରେ ସହମତି ପ୍ରକାଶ କରିଛନ୍ତି । ଏଥିସହ ସେ ପ୍ରେସ୍ ସ୍ୱାଧୀନତା କଥା ମଧ୍ୟ ଜୟଶଙ୍କରଙ୍କୁ ବୁଝାଇବାକୁ ଉଦ୍ୟମ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ ପ୍ରକୃତରେ ବିବିସି ପ୍ରସଙ୍ଗରେ କ’ଣ ସବୁ ଆଲୋଚନା ହୋଇଛି ସେ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କିଛି ଅବଗତ କରାଯାଇନି ।
ଅନ୍ୟପକ୍ଷରେ ଦୁଇଦିନିଆ ଜି-୨୦ ବିଦେଶମନ୍ତ୍ରୀସ୍ତରୀୟ ବୈଠକ ରାଷ୍ୟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରାୟ ୪୦ ପ୍ରତିନିଧି ସାମିଲ ହେବେ ବୋଲି ବିଦେଶ ସଚିବ ବିନୟ କ୍ୱାତ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାର୍କିନ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍, ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍, ଫ୍ରାନ୍ସର କ୍ୱିନ୍ ଗାଙ୍ଗ, ଜର୍ମାନୀର ଆନ୍ନାଲିନା ବେରବକ୍ ପ୍ରମୁଖ ପହଞ୍ଚିଛନ୍ତି । ବୁଧବାର ରାତିରେ ବିଦେଶୀ ଅତିଥିଙ୍କ ସମ୍ମାନାର୍ଥେ ଭବ୍ୟ ଭୋଜିସଭା ଆୟୋଜିତ ହୋଇଛି ।