ନୁ୍ୟଜିଲାଣ୍ଡ୍ରେ ଗାବ୍ରିଏଲ୍ର ତାଣ୍ଡବ

ୱେଲିଂଟନ୍ (ଏଜେନ୍ସି): ତୁର୍କୀ-ସିରିଆ ପରେ ଏବେ ନୁ୍ୟଜିଲାଣ୍ଡ ଉପରକୁ ମଧ୍ୟ ଏକ ବଡ଼ ବିପତ୍ତି ପ୍ରାକୃତିକ ଦୁର୍ବିପାକ ରୂପେ ମାଡ଼ିଆସିଛି । ପ୍ରାପ୍ତ ସୂଚନାନୁସାରେ ନୁ୍ୟଜିଲାଣ୍ଡରେ ଏବେ ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଗାବ୍ରିଏଲ’ର କରାଳ ରୂପ ଦୃଶ୍ୟମାନ ହେବା ଆରମ୍ଭ ହୋଇଯାଇଛି । ଗାବ୍ରିଏଲ୍ କାରଣରୁ ନୁ୍ୟଜିଲାଣ୍ଡରେ ଏବେ ବଡ ଧରଣର ବନ୍ୟା, ଭୂସ୍ଖଳନ ଏବଂ ସମୁଦ୍ରର ଜଳସ୍ତର ବଢିବା ଭଳି ଆଶଙ୍କା କରାଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନୁ୍ୟଜିଲାଣ୍ଡ ସରକାର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଏହାକୁ ମିଶାଇ ନୁୂ୍ୟଜିଲାଣ୍ଡ ଇତିହାସରେ ତୃତୀୟ ଥର ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ କ୍ରିସ୍ ହିପକିନ୍ସ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ସମଗ୍ର ଦେଶ ଉପରେ ଏକ ମହାବିତ୍ପତ୍ତି ମାଡ଼ିଆସିଛି, ସମସ୍ତଙ୍କୁ ସାହସର ସହ ଏହି ବିପର୍ଯ୍ୟକୁ ମୁକାବିଲା କରିବାକୁ ହେବ । ଦେଶର ସମସ୍ତ ବିମାନ ସେବା ସହ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ନିଦେ୍ର୍ଦଶ ଜାରି କରାଯାଇଛି ।
ସାମୁଦ୍ରିକ ଝଡ ଗାବ୍ରିଏଲ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ନୁ୍ୟଜିଲାଣ୍ଡର ନର୍ଥଲ୍ୟାଣ୍ଡ, ଅକଲ୍ୟାଣ୍ଡ, ହକ୍ସ ବେ, ୱାଇକୋଟା, ବେ ଅଫ ପ୍ଲେଣ୍ଟି ଏବଂ ତାଇରାଭିଟିମେ ଭଳି ଭଳି ୬ ଅଞ୍ଚଳରେ ପୂର୍ବରୁ ହିଁ ଜରୁରୀକାଳୀନ ଲାଗୁ କରାଯାଇଛି । ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସରକାର ଲାଗିପଡିଛନ୍ତି । ଅନେକ ଲୋକ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ ଘରଦ୍ୱାର ଛାଡି ସୁରକ୍ଷିତ ସ୍ଥାନ ଏବଂ ଛାତ ଉପରେ ଶରଣ ନେବାକୁ ବାଧ୍ୟ ହୋଇଛନ୍ତି । ପାଖାପାଖି ୨ ଲକ୍ଷ ୨୫ ହଜାର ଲୋକେ ଅନ୍ଧାରରେ ରହିଥିବା ଜଣାପଡିଛି । ଅନ୍ୟପକ୍ଷେ ମହାବାତ୍ୟା ଗାବ୍ରିଏଲ ପ୍ରଭାବରେ ପ୍ରବଳ ବର୍ଷା ସହ ଭୀଷଣ ବେଗରେ ପବନ ବହିବାରୁ ଅନେକ ସ୍ଥାନରେ ଘର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଭାଙ୍ଗି ପଡିଛି । ଅଧିକାଂଶ ପ୍ରାନ୍ତରେ ପୋଲ ଧୋଇ ହୋଇ ଯାଇଥିବାରୁ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷା ଯୋଗୁ ଉତ୍ତର ଦ୍ୱୀପରେ ବଡ ଧରଣର ବନ୍ୟା ଆସିଛି । ଏହି କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏସବୁ ମଧ୍ୟରେ ନୁ୍ୟଜିଲାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୬.୧ ମ୍ୟାଗ୍ନିଚୁ୍ୟଡ୍ର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପରେ ସେପରି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *