ଡବ୍ଲୁ୍ୟପିଏଲ୍ ଅକ୍ସନ

ମୁମ୍ବାଇ, ୧୩ା୨(ଏଜେନ୍ସି): ମହିଳା ପ୍ରମିୟର୍ ଲିଗ୍ (ଡବ୍ଲୁ୍ୟପିଏଲ୍) ନିମିତ୍ତ ସୋମବାର ପ୍ରତମ ନିଲାମ ଆରମ୍ଭ ହୋଇଛି । ମୁମ୍ବାଇର ଜିଓ ୱାର୍ଲଡ୍ କନ୍ଭେନ୍ସନ୍ ସେଣ୍ଟରରେ ଚାଲିଥିବା ନିଲାମରେ ୩.୪୦ଲକ୍ଷ ଟଙ୍କାରେ ଓପ୍ନର୍ ସ୍ମୃତି ମନ୍ଧାନାଙ୍କୁ କିଣିଛି ରୟାଲ ଚାଲେଞ୍ଜର ବାଙ୍ଗାଲୋର (ଆର୍ସିବି) । ଏ ପର୍ଯ୍ୟନ୍ତ ମନ୍ଧାନାଙ୍କ ଦାମ ସବୁଠାରୁ ଅଧିକ ରହିଛି । ତାଙ୍କ ତଳକୁ ଏସ୍ଲେ ଗାର୍ନର୍ ଏବଂ ନାଟ୍ ସିଭରଙ୍କ ମୂଲ୍ୟ ୩.୨ କୋଟି ହୋଇଛି । ଗାରନର୍ଙ୍କୁ ଗୁଜରାଟ ଜ୍ୟାଣ୍ଟ (ଜିଜି) ଓ ସିଭରଙ୍କୁ ମୁମ୍ବାଇ ଇଣ୍ଡିିଆନ୍ସ (ଏମ୍ଆଇ) କିଣିଛନ୍ତି । ପ୍ରଥମ ଦିନରେ ୮୭ ଜଣ ଖେଳାଳିଙ୍କୁ ୫୯.୫ କୋଟି ଟଙ୍କାରେ ବିଭିନ୍ନ ଟିମ୍ କିଣିଛନ୍ତି । ମନ୍ଧାନା, ଗାର୍ନର୍, ଶିଭର୍, ଦୀପ୍ତି ଓ ଜେମିମା ରୋଡ୍ରିଗ୍ସଙ୍କ ମୂଲ୍ୟ ସବୁଠାରୁ ଅଧିକ ରହିଛି ।
ଦୀପ୍ତି ଶର୍ମାଙ୍କୁ ୨.୬ କୋଟିରେ ୟୁପି ୱାରିୟର୍ସ, ଜେମିମା ରୋଡ୍ଗ୍ରୀଜ୍ଙ୍କୁ ଦିଲ୍ଲୀ କ୍ୟାପିଟାଲସ୍ ୨.୨ କୋଟି ଟଙ୍କାରେ ନିଲାମ ଧରିଛି । ସୋଫି ଡିଭାଇନଙ୍କୁ ଆର୍ସିବି ୫୦ ଲକ୍ଷ ଟଙ୍କାରେ, ସୋଫି ଏକଲେଷ୍ଟୋନଙ୍କୁ ୟୁପି ୱାରିଅର୍ସ ୧.୮ କୋଟିରେ କିଣିଛି । ରେଣୁକା ସିଂଙ୍କୁ ୧.୫ କୋଟି ଟଙ୍କାରେ ଆର୍ସିବି, ବେଥ୍ ମୁନିଙ୍କୁ ୨ କୋଟି ଟଙ୍କାରେ ଜିଜି କିଣିଛି । ଡବ୍ଲୁ୍ୟପିଏଲ୍ର ପ୍ରଥମ ସିଜନ୍ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଆର୍ସିବି, ଗୁଜରାଟ ଜ୍ୟାଣ୍ଟ ଏବଂ ୟୁପି ୱାରିୟର୍ସ ଭାଗ ନେଇଛନ୍ତି । ମୋଟ୍ ୧୦ ସେଟ୍ ମଧ୍ୟରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୩ ସେଟ୍ ଖେଳାଳୀଙ୍କ ନିଲାମ ଶେଷ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *