୨୩ରେ ପୁନଃ ବିକଶିତ ସୁଆଣ୍ଡୋ ଲୋକାର୍ପଣ
ଉକ୍ରଳମଣିଙ୍କ ଜନ୍ମପୀଠ ପରିଦର୍ଶନ କଲେ ୫-ଟି ସଚିବ
ଶିବ ମନ୍ଦିରର ପୁନରୁଦ୍ଧାର ଓ ପ୍ରତିଷ୍ଠା ଉତ୍ସବ
ପୁରୀ (ବୁ୍ୟରୋ): ଆସନ୍ତା ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ଉକ୍ରଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମର ଲୋକର୍ପଣ କରିବେ । ଏହାପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ପୁରୀ ଜିଲ୍ଲାର ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠ ପରିଦର୍ଶନ କରି ପୁନଃବିକାଶ କାର୍ଯ୍ୟର ତଦାରଖ କରିଥିଲେ । ଉକ୍ରଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ସୁଆଣ୍ଡୋ ଦାସୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକରାଙ୍କ ପକ୍ଷରୁ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରୀ ପାଣ୍ଡିଆନ୍ ଯୋଗ ଦେଇ ପୂର୍ଣ୍ଣାହୁତିରେ ଅଂଶ ଗ୍ରହଣ କରିଥିଲେ । ପରେ ପାଣ୍ଡିଆନ୍ ଉକ୍ରଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦି ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରି ଗାଁ ପୋଖରୀର ପୁନରୁଦ୍ଧାର ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି ଦେଖିଥିଲେ । ଏହି କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷବ୍ୟକ୍ତ କରିଛନ୍ତି । ସେବା ଓ ସଂଗ୍ରାମର ପ୍ରତୀକ ଉକ୍ରଳମଣି ଓଡିଆ ଜନମାନସର ଅଦ୍ୱିତୀୟ ନେତା । ଦେଶ ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର କିବାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।