ପନ୍ତଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆକୁ ସୁହାଇବ

ଭାରତ-ଅଷ୍ଟ୍ରେଲିଆ ସିିରିଜ୍
ନୂଆଦିଲ୍ଲୀ, ୬ା୨(ଏଜେନ୍ସି): କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଷ୍ଟାର୍ କ୍ରିକେଟର୍ ଋଷଭ ପନ୍ତଙ୍କ ଚିକିତ୍ସା ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚାଲିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟ୍ ଖେଳିପାରିବେ ନାହିଁ । ସୁସ୍ଥ ହେବା ପାଇଁ ଅତି କମ୍ରେ ୬/୭ ମାସ ସମୟ ଲାଗିପାରେ । ବିଶ୍ୱ ଟେଷ୍ଟ ·ମ୍ପିୟନସିପ୍ ଫାଇନାଲ ଦୌଡରେ ଭାରତ ବଡ଼ ଦାବିଦାର ଥିବାବେଳେ ପନ୍ତଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ଝଟ୍କା ହୋଇପାରେ । ଏହାସହିତ ଫେବୃଆରୀ ୯ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟିକିଆ ବର୍ଡର ଗାଭାସ୍କାର ଟ୍ରଫି ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ପନ୍ତ ସାମିଲ ହୋଇପାରିବେ ନାହିଁ ।
ବର୍ଡର ଗାଭାସ୍କର ଟ୍ରଫିରେ ଋଷଭ ପନ୍ତଙ୍କ ଅନୁପସ୍ଥିତିକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ କିମ୍ବଦନ୍ତୀ ଇୟାନ ·ପେଲ୍ କହିଛନ୍ତି, ସିରିଜ୍ରେ ଋଷଭ ପନ୍ତଙ୍କ ଅନୁପସ୍ଥିତି ଭାରତ ପାଇଁ ଝଟ୍କା । ମଧ୍ୟ କ୍ରମରେ ତାଙ୍କର ଅନୁପସ୍ଥିତିକୁ ଭାରତ ନିଶ୍ଚୟ ଅନୁଭବ କରିବ । ପ୍ରତିପକ୍ଷ ଦଳର ନିଦ ହଜାଉଥିବା ଖେଳାଳି ହେଉଛନ୍ତି ପନ୍ତ । କିନ୍ତୁ ଏହି ସିରିଜ୍ରେ ସେ ସାମିଲ ହେଉନାହାନ୍ତି । ଏହାର ଭରପୁର ଫାଇଦା ଉଠାଇବ ଅଷ୍ଟ୍ରେଲିଆ । ଚାପେଲ୍ କହିଛନ୍ତି, ଭାରତୀୟ ଟମ୍ ବର୍ଡର ଗାଭାସ୍କର ଟ୍ରଫିରେ ନିଶ୍ଚୟ ପନ୍ତଙ୍କୁ ମିସ୍ କରିବ । ପନ୍ତ ସବୁବେଳେ ବିପକ୍ଷ ଟିମ୍କୁ କାଉଣ୍ଟର ଆଟାକ୍ କରନ୍ତି । ପନ୍ତଙ୍କ ଏଭଳି ଜରେ ଖେଳାଳି ଯିଏ କି ରାତିରେ ଶୋଇଥିବା ଅଧିନାୟକଙ୍କୁ ନିଦରୁ ଉଠାଇ ଦିଅନ୍ତି ବୋଲି ଚାପେଲ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *