ଆମେରିକାରେ ମାଇନସ୍ ୭୯ ଡିଗ୍ରୀ
ଆର୍କଟିକ୍ ବ୍ଲାଷ୍ଟ୍
ମାସାଚୁସେଟ୍ସ୍, ୪ା୨: ଉତ୍ତର ମେରୁର ଆଖପାଖ ଇଲାକା ‘ଆର୍କଟିକ୍’ରୁ ଅତ୍ୟଧିକ ଶୀତଳ ପବନ କାନାଡା ଦେଇ ଆମେରିକାରେ ପହଞ୍ଚôବା ଫଳରେ ଯୁକ୍ତରାଷ୍ଟ୍ର ଆମେରିକାର ବିସ୍ତୃତ ଇଲାକାରେ ତାପମାତ୍ରା ଅତ୍ୟଧିକ କମି -୭୯ ଡିଗ୍ରୀ ହୋଇଛି । ନୁ୍ୟୟର୍କ ସହିତ ନୁ୍ୟଇଂଲଣ୍ଡର ମାସାଚୁସେଟ୍ସ, କନେକ୍ଟିକଟ୍, ରୋଡ୍ ଆଇଲାଣ୍ଡ୍, ନୁ୍ୟହାମ୍ପସାୟର ଆଦି କ୍ଷେତ୍ରର ପ୍ରାୟ ୧୬ ନିୟୁତ ଲୋକଙ୍କୁ ଚେତାବନୀ ଜାରି କରାଯାଇଛି । ୧୯୮୧ ପରେ ପ୍ରଥମ ଥର ପାଇଁ ଆମେରିକାରେ ଏଭଳି ଶୀତ ପଡିଛି । ପ୍ରଭାବିତ ରାଜ୍ୟଗୁଡିକରେ ଲୋକଙ୍କ ପାଇଁ ୧୫୦ ଆଶ୍ରୟ ଗୃହ ଖୋଲାଯାଇଛି । ସବୁ ଇଭେଣ୍ଟ୍ ବାତିଲ କରିଦିଆଯାଇଛି । ବୋଷ୍ଟନ୍ ଆଦି ଅନେକ ଇଲାକାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପାଣିପାଗ ବିଜ୍ଞାନୀମାନେ ଏଭଳି ଚରମ ପାଣିପାଗକୁ ୱାନ୍ସ ଇନ୍ ଏ ଜେନେରେସନ୍ ବୋଲି ଉଲ୍ଲେଖ କରିଛନ୍ତି ।