ଆଶାରାମଙ୍କୁ ଆଉଥରେ ଆଜୀବନ

ନୂଆଦିଲ୍ଲୀ (ଏଜେନ୍ସି): ୮୧ ବର୍ଷୀୟ ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କୁ ପୁଣିଥରେ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଦିନକ ପୂର୍ବେ ଗାନ୍ଧୀନଗର ସେସନ୍ସ କୋର୍ଟ, ୨ଠ୧୩ ରେ ସୁରତ୍ର ଜଣେ ଶିଷ୍ୟାଙ୍କୁ ଯୌନ ଉତ୍ପୀଡନ ଦେଇଥିବା ମାମଲାରେ ଆଶାରାମ୍ଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମଙ୍ଗଳବାର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପୂର୍ବରୁ ମଧ୍ୟ ୨ଠ୧୮ରେ ମଧ୍ୟ ଯୋଧପୁର ସେସନ୍ସ କୋର୍ଟ ଜଣେ ନାବାଳିକା (ସ୍କୁଲ ଛାତ୍ରୀ)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଶାରାମ୍ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ଆଜୀବନ କାରାଦଣ୍ଡ ଦେଇଥିଲେ । ସେବେଠାରୁ ଆଶାରାମ୍ ଯୋଧପୁର ଜେଲ୍ରେ କାରାଦଣ୍ଡ ଭୋଗ କରିଆସୁଛନ୍ତି । ତେବେ ପ୍ରମାଣ ଅଭାବରୁ ଆଶାରାମଙ୍କ ପତ୍ନୀ ଏବଂ ଝିଅଙ୍କ ସହ ୬ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଛି ।
ପ୍ରକାଶ, ଆଶାରାମଙ୍କ ବିରୋଧରେ ୨ଠ୧୩ରେ ଜଣେ ପୀଡ଼ିତା (ଆଶାରମ୍ଙ୍କ ଅଶ୍ରମରେ ଅନ୍ତେବାସିନୀ ଥିବା ଜଣେ ଶିଷ୍ୟା) ଅଭିଯୋଗ କରିଥିଲେ । ଆଶାରାମ ୨ଠଠ୧ରୁ ୨ଠଠ୬ ମଧ୍ୟରେ ତାଙ୍କ ସହ ବରାବର ଦୁଷ୍କର୍ମ, ଅପ୍ରାକୃତିକ ଯୌନ ସମ୍ବନ୍ଧ ପୀଡ଼ିତା ୨ଠ୧୩ରେ ଅଭିଯୋଗ କରିଥିଲେ । ପରେ ଆଶାରାମ୍ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ସାକ୍ଷ୍ୟଙ୍କୁ ଧମକାଇବା, ଜମି ହଡପ କରିବା ଭଳି ଆହୁରି ଅନେକ ଅଭିଯୋଗ ଆସିଥିଲା । କେତେକ ଅପରାଧରେ ସେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲେ । ସୂଚନାଯୋଗ୍ୟ, ସୁରତ୍ର ଏହି ପୀଡ଼ିତାଙ୍କ ସାନ ଭଉଣୀ ମଧ୍ୟ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ନାରାୟଣକୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *