ଦିନକ ଆଗରୁ ଭାରତ ଯୋଡ଼ୋ ଶେଷ

ଶ୍ରୀନଗର, ୨୯ା୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନିର୍ଦ୍ଦାରିତ ତାରିଖର ଦିନକ ଆଗରୁ ଶେଷ ହୋଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ୭ ତାରିଖ ଦିନ କନ୍ୟା କୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ ୩ଠ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ରବିବାର ରାହୁଲ ଶ୍ରୀନଗରର ଲାଲ ଚୌକ୍ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଯାତ୍ରା ଶେଷ ହେଲା ବୋଲି ଘୋଷଣା କରିଛନ୍ତି । ସୋମବାର କଂଗ୍ରେସ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରି ଦିଆଯାଇଛି ।
ଲାଲ ଚୌକ୍ରେ ରାହୁଲ ଓ ତାଙ୍କ ସହଯାତ୍ରୀମାନଙ୍କ ପ୍ରତି ବିପଦ ଆଶଙ୍କା ଥିବାରୁ ସୁରକ୍ଷାବାହିନୀ ସମଗ୍ର ଇଲାକାକୁ ବାରିକେଡ୍ ଲଗାଇ ସିଲ୍ କରି ଦେଇଥିଲେ । ଆଖ-ପାଖର ସବୁ ଦୋକାନ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ରାହୁଲ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ଲାଲ ଚୌକରେ ପହଞ୍ଚôଥିଲେ । ତ୍ରିରଙ୍ଗା ଉତ୍ତୋଳନ ବେଳେ ସେଠାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜୟରାମ ରମେଶ, ମଲ୍ଲିକାର୍ଜୁନ ଖଡ଼ଗେ, ଉମର ଅବଦୁଲ୍ଲା, ମେହବୁବା ମୁଫ୍ତୀ ମଧ୍ୟ ଉପସ୍ଥିତ ଥିଲେ ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ଭାରତ ଯୋଡ଼ୋ ଯାତ୍ରାର ଉଦ୍ୟାପନୀ ଉତ୍ସବରେ ଯୋଗଦେବା ଲାଗି ୨୧ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଟିଏମ୍ସି, ସମାଜବାଦୀ ପାର୍ଟି ଓ ଟିଡିପି ସମେତ ୯ଟି ଦଳ ନିରାପତ୍ତା କାରଣରୁ ଉତ୍ସବରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇ ଦେଇଥିଲେ । ସମ୍ବିଧାନର ଧାରା ୩୭ଠ ଉପରେ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ । ଆମେ ଜମ୍ମୁ-କଶ୍ମୀରରେ ଗଣତାନ୍ତ୍ରିକ ବ୍ୟବସ୍ଥା ପୁନର୍ବାର ସ୍ଥାପନ ହେବା ଚାହୁଁଛୁ । ବିଜେପି କହିଆସୁଛି ଯେ, ଧାରା ୩୭ଠ ହଟିବା ପରଠୁ ଏଠି ସବୁ ଠିକ୍ଠାକ୍ ସୁଧୁରିଯାଇଛି । କିନ୍ତୁ କଶ୍ମୀରରେ ଟାର୍ଗେଟ୍ କିଲିଂ ହେଉଛି । ଲୋକଙ୍କ ଭିତରେ ଭୟର ମାହୋଲ୍ ଜାରି ରହିଛି । ଯଦି ସବୁ ଠିକ୍ ଅଛି ତେବେ ଅମିତ୍ ଶାହ ଜମ୍ମୁରୁ ଶ୍ରୀନଗର ପର୍ଯ୍ୟନ୍ତ ପଦଯାତ୍ରା କରି ଦେଖାନ୍ତୁ ।
ବିରୋଧୀ ଏକତା ପ୍ରସଙ୍ଗରେ ସେ କହିଛନ୍ତି, ବିରୋଧୀ ମେଣ୍ଟରେ ବିଭାଜନ ହୋଇନାହିଁ, ସମସ୍ତେ ଏକଜୁଟ ହୋଇ ରହିବେ । ଏହା ବିଜେପି-ଆର୍ଏସ୍ଏସ୍ ବିରୋଧରେ ବିଚାରଧାରାର ଲଢ଼େଇ । ଗଣମାଧ୍ୟମ ବିରୋଧୀଙ୍କୁ ଯଥୋଚିତ ଫୋକସ୍ କରୁନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *