୫ ଦଲାଲ କୋର୍ଟଚାଲାଣ

ଭୁବନେଶ୍ୱର, ୧୮ା୧ (ବୁ୍ୟରୋ): ବିଶ୍ୱକପ୍ ହକି ମ୍ୟାଚ୍ ଦେଖିବା ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଛି । ବିଶେଷତଃ ଭାରତୀୟ ଟିମ୍ର ଖେଳ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସୁକତା ପ୍ରକାଶ ପାଇଥିବା ବେଳେ ଏଥିରୁ ଫାଇଦା ଉଠାଇବା ଉଦ୍ୟମ କରିଛନ୍ତି କିଛି ଦଲାଲ । ଭାରତ-ୱେଲ୍ସ ମ୍ୟାଚ୍ର ଟିକେଟ୍ଗୁଡିକର ସୋସିଆଲ ମିଡିଆ ମାଧ୍ୟମରେ କଳାବଜାର କରୁଥିବା ବେଳେ ପୁଲିସ୍ ହାତରେ ସେମାନେ ଧରାପଡିଛନ୍ତି । ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ଏହି ଘଟଣାରେ ୫ ଦଲାଲଙ୍କୁ ସହିଦନଗର ପୁଲିସ କଳିଙ୍ଗ ଷ୍ଟାଡିୟମ ନିକଟରୁ ଗିରଫ କରିଛି । ଦଲାଲମାନେ ୧୦୦ ଟଙ୍କିଆ ଟିକେଟକୁ ୧ହଜାର ଟଙ୍କା, ୨ ଶହ ଟଙ୍କିଆକୁ ୨ ହଜାର ଓ ୫ ଶହ ଟଙ୍କାର ଟିକେଟ୍କୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ୧୯, ୨୪ ଓ ୨୯ ତାରିଖ ମ୍ୟାଚ୍ ପାଇଁ ଟିକେଟ୍ ବ୍ଲାକରେ ବିକ୍ରି କରୁଥିଲେ । ଗିରଫ ୫ ଜଣ ଭୁବନେଶ୍ୱର ବାସିନ୍ଦା ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ବେଳେ ଅନ୍ୟମାନେ ବ୍ୟବସାୟ କରନ୍ତି । ସାଧା ପୋଷାକରେ ଟିକେଟ୍ କିଣିବାକୁ ଯାଇ ପୁଲିସ ଏମାନଙ୍କୁ ମଙ୍ଗଳବାର ଧରି ଅଟକ ରଖିଥିଲା । ବୁଧବାର ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କଳାବଜାର ଅଭିଯୋଗ ଉପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ପ୍ରଥମ ମ୍ୟାଚରେ ଭାରତ ଜିତିଥିଲା । ତେଣୁ ·ହିଦା ବଢ଼ିଯାଇଛି । ତୃତୀୟ ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବାର ଅଛି । କଳିଙ୍ଗ ଷ୍ଟାଡିୟମ୍ରେ ସିଟ୍ ସଂଖ୍ୟା ୧୫ ହଜାର । ଯେତିକି ସିଟ୍ ଅଛି, ସେତିକି ମେଣ୍ଟେନ କରୁଛୁ । ଦର୍ଶକଙ୍କ ·ହିଦା ବଢିଥିବାରୁ ଶୁଣିବାକୁ ମିଳୁଛି କିଛି ଜାଗାରେ ଟିକେଟ୍ କଳାବଜାର ହେଉଛି । ଏଥିପାଇଁ ବିଭାଗର ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । କଳାବଜାର ନଜରକୁ ଆସିଛି । ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *