ପାଟ୍ରୋଲିଂ ବେଳେ ଅଘଟଣ ଏଲ୍ଓସିରେ ୩ ଯବାନ ସହିଦ

ଶ୍ରୀନଗର, ୧୧ା୧: କାଶ୍ମୀର ଘାଟିର ମାଛଲ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ମଙ୍ଗଳବାର ସନ୍ଧ୍ୟା ସମୟରେ ବଡ ଦୁର୍ଘଟଣା ଘଟିଛି । ପାଟ୍ରୋଲିଂ ବେଳେ ୩ ଜଣ ଯବାନ ଖାଇ ଭିତରକୁ ଖସିପଡି ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜୁନିୟର କମିଶନ୍ଡ ଅଫିସର (ଜେସିଓ) ଅନ୍ତର୍ଭୁକ୍ତ । ଚୀନାର କୋର୍ ପକ୍ଷରୁ ଏ ବିଷୟରେ ବୁଧବାର ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି, ଜେସିଓ ଓ ଅନ୍ୟ ଦୁଇଜଣ ଯବାନ ବରଫରେ ଖସିଯାଇ ଏକ ଗଭୀର ଖାଲରେ ପଡିଯାଇଥିଲେ । ୩ ଜଣଙ୍କ ପାର୍ଥôବ ଶରୀର ଉଦ୍ଧାର କରାଯାଇଛି । ସେମାନେ ଆଗୁଆ ଚୌକ ଅଭିମୁଖେ ଯାଉଥିଲେ ।
ଶଙ୍କରେ ରାସ୍ତାରେ ବରଫ ଉପରେ ସେମାନଙ୍କ ଗୋଡ ଖସିଯାଇଥିଲା । ନିକଟବର୍ତ୍ତୀ ଚୌକରେ ମୁତୟନ ଥିବା ଯବାନମାନେ ଅବିଳମ୍ବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲେ । କିନ୍ତୁ ପ୍ରତିକୂଳ ପାଗ ଓ ଦୁର୍ଗମ ରାସ୍ତା କାରଣରୁ ଉଦ୍ଧାରକାରୀ ଦଳ ସେଠାରେ ବିଳମ୍ବରେ ପହଞ୍ଚô ବୁଧବାର ଭୋର୍ ପ୍ରାୟ ୪ଟା ବେଳେ ବୀର ଯବାନମାନଙ୍କ ପାର୍ଥôବ ଶରୀର ଖୋଜି ପାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *