ନିଖୋଜ ବାପା-ମା’ଙ୍କୁ ଝୁରୁଛନ୍ତି ୪ ଭାଇଭଉଣୀ

ଚିକିଟି (ଆପ୍ର): ଚିକିଟି ବ୍ଳକ ରାମଚନ୍ଦ୍ରପୁର ପଞ୍ଚାୟତ ଆଦିବାସୀ ଅଧୁ୍ୟଷିତ ଗ୍ରାମ ତଳହରଡ଼ାବାଡ଼ିରେ ବାପା ମା’ଙ୍କ ବିନା ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି ଦୁଇ ପୁଅ ଏବଂ ଦୁଇ ଝିଅ । ବାପା ଓ ମାଆ ୨୦୧୯ ମସିହାରୁ ଦାଦନ ଖଟିବାକୁ ଯାଇ ଆଉ ଫେରିନାହାନ୍ତି । ଏ ପରିସ୍ଥିତିରେ ନିଜକୁ ଜାଣି ପାରୁ ନ ଥିବା ଛୋଟ ଝିଅଟିଏ ମା’ ସ୍ନେହ ପାଇଁ ଖୋଜି ବୁଲୁଛି । ଏଭଳି ସମ୍ବେଦନଶୀଳ ଘଟଣାରେ କେହି ତାଙ୍କ ଦୁଃଖ ବୁଝିବାକୁ ଆଗଭର ହେଉ ନ ଥିବା ବେଳେ ବାପା ମାଙ୍କୁ ସରକାର ଫେରେଇ ଆଣିବାକୁ ଅନୁରୋଧ କରିଛନ୍ତି ପିଲାମାନେ ।
ଉକ୍ତ ଗ୍ରାମର କନ୍ତାରୁ ମଳିକ ଓ ତାଙ୍କ ସ୍ତ୍ରୀ ଜମ୍ଭୁ ମଳିକଙ୍କ ଦୁଇ ପୁଅ ପ୍ରଦୀପ, ବିନୟ ଏବଂ ଦୁଇ ଝିଅଙ୍କୁ ନେଇ ସଂସାର ୨୦୧୯ ପର୍ଯ୍ୟନ୍ତ ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ଅଭାବରୁ ଦାଦନ ଖଟିବାକୁ ସ୍ୱାମୀ ସ୍ତ୍ରୀ ଦାଦନ ଖଟିବାକୁ ବାହାରିଗଲେ । ସେ ଦିନଠାରୁ ସେମାନଙ୍କର ପତ୍ତା ମିଳୁନି । ଦୁହେଁ ବଞ୍ଚôଥିବା ଶୁଣିବାକୁ ମିଳୁଛି ।
ଏପରିସ୍ଥିତିରେ ଆଈ ତୁଳା ମଲିକ ୪ ଛୁଆକୁ ସାହାରା ଦେଇଛନ୍ତି । ପିଲାମାନଙ୍କୁ ସରକାରୀ ଚାଉଳ ମିଳିଛି । ଅଭାବ ଅନଟନ ମଧ୍ୟରେ ବଡ଼ ପୁଅ ଭାଇ ଭଉଣୀଙ୍କ ଦୁଃଖ ସହି ନ ପାରି ପାଠ ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହୋଇଛି । ଦ୍ୱିତୀୟ ପୁଅ ମଧ୍ୟ ନିଜେ ନ ପଢ଼ି ଭଉଣୀର ପଢ଼ିବା ପାଇଁ ପର ଘରେ ମୂଲ ଲାଗୁଛି । ଏପରି ଦୁର୍ଦ୍ଦିନରେ ୨୦୨୦ ମସିହାରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାରୁ ୭ବର୍ଷର ସାନ ଝିଅ ସୁମିତ୍ରା ପାଠ ପଢ଼ିବାକୁ ସକ୍ଷମ ହେଲା ନାହିଁ । କେବଳ ତୃତୀୟ ସନ୍ତାନ ପବିତ୍ରା ଚାଲି ଚାଲି ୩ କିମି ଦୂର ଯାଇ ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି । ପିଲାମାନଙ୍କୁ ପ୍ରଶାସନ କିମ୍ବା କେହି ଦରଦୀ ବ୍ୟକ୍ତି ସହଯୋଗରେ ହାତ ବଢ଼େଇ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ନିଖୋଜ ବାପା ମାଙ୍କୁ ଉଦ୍ଧାର କରି ପିଲାଙ୍କୁ ସହାୟତା କରିବାକୁ ସ୍ଥାନୀୟ ଶିକ୍ଷିତ ଯୁବକ ଗୌରୀ ପ୍ରସାଦ ମଲିକ ଅନୁରୋଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *