ଆଇନଗତ ସେବା ଯୋଗାଅ
ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ର ୫୧ତମ ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର (ବୁ୍ୟରୋ): ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ୫୧ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ରାଜ୍ୟରେ ଜନସାଧାରଣଙ୍କୁ ଆଇନଗତ ସେବା ଯୋଗାଇବାକୁ ଆଇନଜୀବୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସହଜ ଆଇନ ସେବା ପାଇଁ ରାଜ୍ୟ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ଆଣିଛନ୍ତି । ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଏକାଧିକ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଓକିଲଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବେଶ ଖୁସି ବୋଲି କହି ସମସ୍ତଙ୍କ ନବବର୍ଷର ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଲୱେ ଅଡିଟୋରିୟମରେ ଦୁଇଦିନିଆ ଅଲ ଓଡିଶା ଲୟର୍ସ ଆସୋସିଏସନର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ହୋଇଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ସୁଜିତ କୁମାର ଯୋଗଦେଇଥିଲେ । ଏଥିରେ ଆଇନଜୀବୀଙ୍କ ବିଭିନ୍ନ ଦାବି ଓ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।