ଆଇଏମ୍ଏର ମାର୍ଗଦର୍ଶିକା ଜାରି
ପୁଣି କରୋନା ଆତଙ୍କ
ନୂଆଦିଲ୍ଲୀ (ଏଜେନ୍ସି): ଚୀନ୍ ସମେତ ଅନ୍ୟାନ୍ୟ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତବାସୀଙ୍କୁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) । ତୁରନ୍ତ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦେଇଛି ଆଇଏମ୍ଏ । କରୋନା ଭୂତାଣୁ ନିୟନ୍ତ୍ରଣ ନିମିତ୍ତ ଆବଶ୍ୟକ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଆଇଏମ୍ଏ ପକ୍ଷରୁ କୁହାଯାଇଛି ।
ଆଇଏମ୍ଏ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇ କୁହାଯାଇଛି, ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ସତର୍କ ରହିବାକୁ ହେବ । ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା, ନିୟମିତ ହାତ ଧୋଇବା ଓ ସାନିଟାଇଜର୍ ବ୍ୟବହାର ତକ୍ରାଳ କାର୍ଯ୍ୟକାରୀ କରାଯିବା ଉଚିତ ।
ଏଥିସହ ବାହାଘର, ରାଜନୀତିକ, ସାମାଜିକ ସମାବେଶରୁ ଦୂରେଇ ରହିବା ଲାଗି କୁହାଯାଇଛି । ଅଯଥା ବିଦେଶ ଗସ୍ତରେ ନ ଯିବା, ଜ୍ୱର, କାଶ, ତଣ୍ଟି ଦରଜ ଓ ଝାଡ଼ ଇତ୍ୟାଦି ହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ ଓ ସମସ୍ତେ ଯଥାଶୀଘ୍ର କରୋନା ବିରୋଧୀ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତିତ ସଂକ୍ରମଣ ନିୟନ୍ତ୍ରଣ ନିମିତ୍ତ ହସ୍ପିଟାଲଗୁଡ଼ିକରେ ଔଷଧ, ଆମ୍ବୁଲାନ୍ସ, ଅକ୍ସିଜେନ୍ ମହଜୁଦ ରଖିବା ଏବଂ ବ୍ୟାପକ ଭିତ୍ତଭୂମି ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୁହାଯାଇଛି ।
ସଂପ୍ରତି ଦୁନିଆରେ କରୋନା ସଂକ୍ରମଣ ବୁଥିବାରୁ ଆଇଏମ୍ଏ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହର ଲାଗି କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ବ୍ରାଜିଲ ଇତ୍ୟାଦି ଦେଶରେ ୫.୩୭ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମ ଦେଶରେ ମଧ୍ୟ ୧୪୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ୪ ଜଣ ·ଇନାରେ ଆତଙ୍କ ଖେଳାଇଥିବା ବିଏଫ୍. ୭ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏପର୍ଯ୍ୟନ୍ତ ପରିସ୍ଥିତି ଜଟିଳ ହୋଇ ନ ଥିବାରୁ ଆତଙ୍କିତ ନ ହେବା ନିମିତ୍ତ ଆଇଏମ୍ଏ ପଟରୁ ପ୍ରେସ୍ ରିଲିଜ୍ରେ ଦର୍ଶାଯାଇଛି ।