କୃଷି ଶିଳ୍ପ ନିଗମର ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭୁବନେଶ୍ୱର (ବୁ୍ୟରୋ): କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ପାୱାର ଟେଲର, ପମ୍ପସେଟ୍, ରିପର୍ସ ପାୱାର ଉଇଡର୍ ଆଦି କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଶିକ୍ଷିତ ଓ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଗୁରୁବାର ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ।
ଆୟୋଜିତ ଶିବିରରେ ଶ୍ରୀ ମହାନ୍ତି ରାଜ୍ୟ ସରକାର ଯୁବକଯୁବତୀଙ୍କର ଦକ୍ଷତା ବୃଦ୍ଧିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା କହିଛନ୍ତି । ଏହା ସହ ନିଗମ ପକ୍ଷରୁ ରାଜ୍ୟର ବେରୋଜଗାର ଶିକ୍ଷିତ ଯୁବକଯୁବତୀଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ବିନା ଦେୟରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରାଯାଉଛି । ଏହା ଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ଚାଷୀମାନେ ସୁବିଧାରେ କୃଷି ଯନ୍ତ୍ରପାତିର ମରାମତି କରାଇପାରିବେ ବୋଲି କହିଛନ୍ତି । ନିଗମ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜ୍, କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶକ ତଥା ନିଗମ ପରିଚାଳନା ନିଦେ୍ର୍ଦଶକ ଡ. ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଉଦ୍ୟାନ କୃଷି ନିଦେ୍ର୍ଦଶକ ରୋହିତ ଲେଙ୍କା ପ୍ରମୁଖ ମତପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *