ବ୍ୟାପକ ମଦ ଜବତ, ୩ ଗିରଫ
ନକଲି ମଦ କାରଖାନା ଠାବ
ବ୍ରହ୍ମପୁର (ବୁ୍ୟରୋ): ନକଲି ମଦ କାରବାର ରୋକିବା ପାଇଁ ଅବକାରୀ ଅଧୀକ୍ଷକ ଆଶିଷ କୁମାର ସିଂ ଏବଂ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିଦେ୍ର୍ଦଶକ୍ରମେ ବ୍ରହ୍ମପୁର ଅବକାରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଛି । ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ ସ୍କ୍ୱାର୍ଡ ଗଠନ କରାଯାଇ ବଡ଼ଦିନରେ ବେଆଇନ ମଦ ପ୍ରସ୍ତୁତ ଓ ବିକ୍ରିକୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ବୁଧବାର କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ନୂଆପଡ଼ା, ବଡ଼ଲୁଣ୍ଡି, ବିକାଶପୁର, ଡେଙ୍ଗାପଦର ଗ୍ରାମ ଓ ଗ୍ରାମ ନିକଟସ୍ଥ ଜଙ୍ଗଲରେ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଚଢ଼ଉ କରାଯାଇ ୧୦ ହଜାର ୨୦୦ ଲିଟର ପୋଚ, ୩୧୭ ଲିଟର ଦେଶୀ ରନ୍ଧା ମଦ ଏବଂ ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିଲା । ଏନେଇ ୫ ମାମଲା ରୁଜୁ କରାଯାଇ ୩ଜଣଙ୍କୁ ଗିରଫ କରାଯାଇଥିଲା ।
ସେହିପରି ଆସିକା ରୋଡ୍ରୁ ପିକ୍ଅପ୍ ଭ୍ୟାନ୍ରେ ଗ୍ରୋସରୀ ସାମଗ୍ରୀ ସହିତ ଚୋରା ମଦ ନେଇ ଯାଉଥିବା ଖବରପାଇ ଏକ ପିକ୍ଅପ୍ ଭ୍ୟାନ୍କୁ ଡେଙ୍ଗାପଦର ଇନ୍ଦିରାଆବାସ ଛକ ପାଖରେ ଅଟକାଇ ୨ ଗ୍ରୋସରୀ ପେଟିରୁ ନକଲି ବିଦେଶୀ ମଦ ଜବତ କରାଯାଇଥିଲା । ଏହି ଘଟଣାରେ ଡ୍ରାଇଭର ନକୁଳ ଗମାଙ୍ଗ(୨୮) ଓ ଗାଡି ମାଲିକ ପ୍ରଫୁଲ୍ଲ କୁମାରଙ୍କୁ ଗିରଫ କରାଯାଇଥିଲା । ବ୍ରହ୍ମପୁର ଫାଷ୍ଟଗେଟ୍ କାଶୀନଗର ଦ୍ୱିତୀୟ ଲାଇନ୍ର ତାରିଣୀ ଜେନା (୨୫) ଏକ ସ୍କୁଟିରେ ଫାଷ୍ଟଗେଟ୍ – ଦିଗପହଣ୍ଡି ରୋଡ୍ରେ ମଦ ଦେବାପାଇଁ ଆସିଥିବା ବେଳେ ଜଗି ରହିଥିବା ଅବକାରୀ କର୍ମଚାରୀ ତାଙ୍କୁ ଗିରଫ କରିଥିଲେ । ତାରିଣୀ ଜେନାକୁ ଜେରା କରି ତାଙ୍କ ବୟାନ ମୁତାବକ କାଶୀନଗର ଲେନ୍-୨ (ଓମ୍ନଗର)ରୁ ସେ ଧରି ଆସିଥିଲେ । ଉକ୍ତ ସ୍ଥାନରେ ସେ ଏକ ଘର ଭଡ଼ା ନେଇ ମଦ ପ୍ରସ୍ତୁତ କରୁଥିଲେ ଓ ଲୋକଙ୍କ ଅର୍ଡର ମୁତାବକ ମଦ ପହଞ୍ଚାଉ ଥିଲେ । ଉକ୍ତ ଘରେ ଚଢ଼ଉ କରାଯାଇ ୧୦୮ ବୋତଲ ବିଦେଶୀ ନ କଲି ମଦ, ୬ ଲିଟର ହୋମିଓପାଥିକ ସ୍ପିରିଟ୍, ୩ଲିଟର କାରମେଲ୍ ରଙ୍ଗ, ୮୦୦ ଲେବଲ୍, ୩୦୦ ଇଏଏଲ୍, ୪୦୦ରୁ ଊଦ୍ଧ୍ୱର୍ ଖାଲି ବୋତଲ ଜବତ କରାଯାଇଥିଲା । ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଚଢ଼ଉରେ ଉପଅଧିକ୍ଷକ ବିଜୟ କୁମାର ଧାରୁଆ, ବ୍ରହ୍ମପୁର ସଦର ରେଞ୍ଜର ଇନ୍ସିପେକ୍ଟର ଅର୍ଜୁନ କୁମାର ମଲ୍ଲିକ, ମୋବାଇଲ୍ ୟୁନିଟ୍ ଉପନିରୀକ୍ଷକ ସୁଧାଂଶୁ ମୁଣ୍ଡା, ମୋବାଇଲ ୟୁନିଟ୍ ଏଏସ୍ଆଇ ଏମ୍ଡି.ଇଦ୍ରିଶ, ବ୍ରହ୍ମପୁର-୨ ଏଏସ୍ଆଇ ଇନ୍ଚାର୍ଜ ପ୍ରଦୀପ କୁମାର ସାହୁ, ବ୍ରହ୍ମପୁର-୧, ବ୍ରହ୍ମପୁର-୨, ମୋବାଇଲ୍ ଷ୍ଟାଫ୍ ସହଯୋଗ କରିଥିଲେ ।