ଆନେ୍ଦାଳନକୁ ଓହ୍ଲାଇବ ଓମ୍ସା

କେନ୍ଦୁଝର (ଆପ୍ର): ଏକ ମାସ ମଧ୍ୟରେ ୧୯ ଦଫା ଦାବୀ ପୂରଣ ନ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ସେବା ସଂଘ(ଓମସା) ର ଆହ୍ୱାନ କ୍ରମେ ଓମସା କେନ୍ଦୁଝର ଶାଖା ସମର୍ଥନ କରି ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏ ନେଇ ଗତକାଲି ଓମସା କେନ୍ଦୁଝର ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ଚେୟାରମ୍ୟାନ ଡା. କିଶୋର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓମସାର ସଭ୍ୟସଭ୍ୟା, ଡାକ୍ତରମାନେ ବିଭିନ୍ନ କଠିନ ପରିସ୍ଥିତି ଓ ଦୂର୍ଗମ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ରାଜ୍ୟ ସରକାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାବୀ ପୂରଣ ନ କଲେ ସଂଘ ଆନେ୍ଦାଳନକୁୁ ଓହ୍ଲାଇବାକୁୁ ବାଧ୍ୟ ହେବ ବୋଲି କୁହାଯାଇଛି । ରାଜ୍ୟ ଓମସା ସଂଘ ପକ୍ଷରୁ ଦାବୀ ବିଷୟରେ ୨୦୧୯ ମସିହାରୁ ସରକାରଙ୍କ ସହ ଆଲୋଚନା କରାଯାଉଛି । ମାତ୍ର ସରକାର ୩ ବର୍ଷ ପରେ ମଧ୍ୟ ଦାବୀ ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ରୀୟ ହାରରେ ସମସ୍ତ ଡାକ୍ତରଙ୍କୁୁ ସିଜିଏଚ୍ଏସ୍ ପରି ଡିଏସିିପିି ଦେବା ପାଇଁ ଦାବୀ କରାଯାଇଛି । ସେହିପରି ଦନ୍ତ ଚିକିସôକ ଓଏମ୍ଏଚ୍ଏସ୍ କ୍ୟାଡ଼ର ହୋଇଥିଲେ ବି ସେମାନଙ୍କ ପାଇଁ ଡିିଏସିପି ବ୍ୟବସ୍ଥା ନାହିଁ ବୋଲି ଓମସା ପକ୍ଷର କୁହାଯାଇଛି । ଏହି ବୈଠକରେ ଓମସା କେନ୍ଦୁଝର ଶାଖାର ଚେୟାରମ୍ୟାନ ଡା. ପୃଷ୍ଟି, ସଭାପତି ଡା. ଲଲାଟେନ୍ଦୁ ନାୟକ, ଉପ ସଭାପତି ଡା. ସେକ୍ କମର ମହମ୍ମଦ, ସମ୍ପାଦକ ଡା. ବାବାଜି ଚରଣ ନାୟକ, ଯୁଗ୍ମ ସମ୍ପାଦକ ଡା. ନିହାର ରଞ୍ଜନ ରଥ, କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଡା. ଆଶିଷ ରଞ୍ଜନ ମହାନ୍ତି, ଡା. ପୁରୁଷୋତ୍ତମ ମହାନ୍ତ, ଡା. ଗିରିଷ ଚନ୍ଦ୍ର ରାଉତ, ଡା. ନିରଞ୍ଜନ ବେହେରା, ବିନୋଦ ବିହାରୀ ମିଶ୍ର, ଡା. ଦେବେନ ଦାସ, ଡା. ଗୀତାଞ୍ଜଳୀ ପାତ୍ର, ଡା. ପଦ୍ମଲୋଚନ ମହାନ୍ତ, ଡା. ପ୍ରଦୀପ ମହାକୁଡ଼, ଡା. ପ୍ରଦୀପ ମିଶ୍ର, ଡା. ଅସିମ ଦେ, ଡା. ଗୌରଚନ୍ଦ୍ର ମିଶ୍ର, ଡା. ପ୍ରଶାନ୍ତ ମିଶ୍ର, ଡା. ରଶ୍ମୀରଞ୍ଜନ ଭଞ୍ଜଙ୍କ ସମେତ ଓମସା କେନ୍ଦୁଝର ଶାଖାର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *